Categories: ଫୁରସତ

ଦର୍ପଣ ପରି ସ୍ବଚ୍ଛ ନଦୀ ଜଳ: ଦେଖିହେବ ମୁହଁ

ଶିଲଂ: ଭାରତରେ ଥିବା ନଦୀଗୁଡ଼ିକର ଜଳ ପ୍ରାୟ ଅପରିଷ୍କାର। ତେବେ ଏଭଳି ଏକ ନଦୀ ରହିଛି ଯାହାର ପାଣି ସମ୍ପୂର୍ଣ୍ଣ ସ୍ବଚ୍ଛ। ଏହାର ପାଣି କାଚକେନ୍ଦୁ ପରି। ଏହା ଏତେ ସ୍ବଚ୍ଛ ଯେ ଏଥିରେ ଜଣେ ନିଜର ମୁହଁ ମଧ୍ୟ ଭଲଭାବେ ଦେଖିପାରିବ। ମେଘାଳୟରେ ଥିବା ଓମନଗୋତ୍‌ ନଦୀର ପାଣି ଦର୍ପଣ ଭଳି ସ୍ବଚ୍ଛ। ସ୍ଥାନୀୟ ଲୋକେ ନଦୀକୁ ଡୈକି ବୋଲି କହିଥାନ୍ତି। ନଦୀ ଭାରତର ସ୍ବଚ୍ଛ ଗାଁ ମୋୟଲନନୋଙ୍ଗ୍‌ ଦେଇ ପ୍ରବାହିତ ହେଉଛି। ବାଂଲାଦେଶରେ ପ୍ରବେଶ କରିବା ପୂର୍ବରୁ ଏହା ଖାସି ଏବଂ ଜୟନ୍ତିଆ ପାହାଡ଼ ମଧ୍ୟରେ ପ୍ରବେଶ କରିଛି। ଏବେ ଏହି ନଦୀର ବହୁ ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ବହୁ ୟୁଜର ଲାଇକ୍‌ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ କମେଣ୍ଟ୍‌ ଦେଇଛନ୍ତି।

Share