Categories: ଫୁରସତ

ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀଙ୍କ ରାଜ୍‌ ଖୋଲିବ ୨ ହଜାର ବର୍ଷ ପୁରୁଣା ମୁଦ୍ରା

କ୍ଲିଓପାଟ୍ରାଙ୍କୁ ମିଶରର ସବୁଠାରୁ ପ୍ରସିଦ୍ଧ ରାଣୀ ମଧ୍ୟ କୁହାଯାଏ। ତାଙ୍କ ସୌନ୍ଦର୍ଯ୍ୟ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। କିନ୍ତୁ ହଜାର ହଜାର ବର୍ଷ ଧରି ଲୋକମାନେ ତାଙ୍କ ସମାଧି ପାଇଲେ ନାହିଁ। କାରଣ ତାଙ୍କ ମୃତ୍ୟୁ ଏକ ରହସ୍ୟ ଥିଲା। ୨୦୦୦ ବର୍ଷ ପରେ ଏବେ ପ୍ରତ୍ନତତ୍ତ୍ୱବିତ୍‌ମାନେ କ୍ଲିଓପାଟ୍ରାଙ୍କ ସମାଧି ପାଇଛନ୍ତି ବୋଲି ଦାବି କରିଛନ୍ତି। କୁହାଯାଏ ଖ୍ରୀଷ୍ଟପୂର୍ବ ୩୬୫ରେ ମିଶରରେ ଏକ ବଡ ଭୂକମ୍ପ ହୋଇଥିଲା। ସେଥିରେ କ୍ଲିଓପାଟ୍ରାଙ୍କ ସମାଧି ଧ୍ୱସଂ ହୋଇଯାଇଥିଲା। ଆଲେକଜେଣ୍ଡ୍ରିଆ ସହରରୁ ୪୮ କିମି ଦୂରରେ କ୍ଲିଓପାଟ୍ରାଙ୍କ ସମାଧି ଥିବା ପ୍ରମାଣ ମିଳିଛି ବୋଲି ଆର୍କିଓଲୋଜିଷ୍ଟ କ୍ୟାଥଲିନ୍‌ ମାର୍ଟିନେଜ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟ୍ୟାପୋସିରିସ୍‌ ମ୍ୟାଗ୍ନା ମନ୍ଦିର ପାଖରେ ଏହି ସମାଧି ରହିଛି। ଏହି ମନ୍ଦିରରେ ଆଇସିସ୍‌ ଦେବୀ ପୂଜା କରାଯାଏ। କ୍ୟାଥଲିନ୍‌ ଏହି ମନ୍ଦିର ପାଖ ଖୋଳିବାରୁ ଏଠାରୁ ୨୦୦ ମୁଦ୍ରା ମିଳିଛି। ଏଥିରେ କ୍ଲିଓପାଟ୍ରାଙ୍କ ଫଟୋ ରହିଛି। ଏହି ମୁଦ୍ରାରୁ କ୍ଲିଓପାଟ୍ରାଙ୍କ ବିଷୟରେ ଅଧିକ କିଛି କଥା ଜାଣିବାକୁ ମିଳିବ ବୋଲି କ୍ୟାଥଲିନ୍‌ କହିଛନ୍ତି।

Share