ଅଫିସରୁ ଘରକୁ ଫେରୁଥିଲେ କିରାଣୀ, ଜଙ୍ଗଲ ରାସ୍ତାରେ ମାଡିବସିଲା ଭିଜିଲାନ୍ସ, ଏତେ ଟଙ୍କା ଦେଖି ତାଜୁବ…

ଭଞ୍ଜନଗର/ବୁଗୁଡ଼ା,(ବାବୁଲା ପ୍ରଧାନ/କାଳୀ ଚରଣ ଦାସ): ଗଞ୍ଜାମ ଜିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ ବେଲଗୁଣ୍ଠା ସବ ରେଜିଷ୍ଟର ଅଫିସର କିରାଣୀ ଶ୍ରୀକାନ୍ତ ଡାକୁଆଙ୍କ ଠାରୁ ଗୁରୁବାର ରାତିରେ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ କରିଛି। ଏହାପରେ ଶ୍ରୀକାନ୍ତ ଘର, ଅଫିସ ପ୍ରମୁଖ ସ୍ଥାନରେ ଚଢାଉ କରାଯାଇଛି। ଶ୍ରୀକାନ୍ତଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ ଘଟଣାର ଅଧିକ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଶ୍ରୀକାନ୍ତ ବୁଗୁଡ଼ା ସବ ରେଜିଷ୍ଟର ଅଫିସରେ କିରାଣୀ ଭାବେ କାମ କରୁଥିଲେ। ସେଠି ତାଙ୍କରି ନାମରେ ଅନେକ ଅଭିଯୋଗ ଆସିବା ପରେ ତାଙ୍କୁ ବେଲଗୁଣ୍ଠା କିଛି ମାସ ପୂର୍ବେ ବଦଳି କରାଯାଇଥିଲା। ତାଙ୍କ ନାଁରେ ଅନେକ ସମୟରେ ଭିଜିଲାନ୍ସ ପାଖରେ ଅଭିଯୋଗ ଥିବା ଯୋଗୁ ଭିଜିଲାନ୍ସ ଟିମ ଶ୍ରୀକାନ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗୁରୁବାର ଶ୍ରୀକାନ୍ତ ଅଫିସ କାମ ସାରି ବୁଗୁଡ଼ାରେ ରହୁଥିବା ତାଙ୍କ ଘରକୁ ଯାଉଥିଲେ। ଯେହେତୁ ସେ ବୁଗୁଡ଼ାରେ ସରକାରୀ ଘରେ ରହୁଥିଲେ। ବଦଳି ପରେ ମଧ୍ୟ ଉକ୍ତ ଘର ଛାଡ଼ିନଥିଲେ। ତେଣୁ
ଶ୍ରୀକାନ୍ତ ଗୁରୁବାର ବେଲଗୁଣ୍ଠାରୁ କାର୍ଯ୍ୟାଳୟ କାମ ସାରି ବୁଗୁଡ଼ା ଘରକୁ କାର୍‌ ଯୋଗେ ଯାଉଥିଲେ । ବାଟରେ ଭିଜିଲାନ୍ସ ଟିମ ମୋଟାବାଡି ଜଙ୍ଗଲ ରାସ୍ତାରେ ଶ୍ରୀକାନ୍ତଙ୍କୁ ମାଡ଼ି ବସିଥିଲେ। ଏହି ସମୟରେ ତାଙ୍କ କାର୍‌ରୁ ୧ ଲକ୍ଷ ୮୬ ହଜାର ଟଙ୍କା ମିଳିଥିଲା। ଏତେ ଗୁଡିଏ ଟଙ୍କା ଧରି ଯାଉଥିବା ବେଳେ ଉକ୍ତ ଟଙ୍କାର ସଠିକ୍‌ ହିସାବ ଶ୍ରୀକାନ୍ତ ଦେଇ ପାରିନଥିଲେ। ତେଣୁ ଭିଜିଲାନ୍ସ ଟିମ ଶ୍ରୀକାନ୍ତଙ୍କୁ ଅଧିକ ପଚରାଉଚରା ପାଇଁ ବ୍ରହ୍ମପୁର ନେଇଛି। ଶ୍ରୀକାନ୍ତ ପୂର୍ବରୁ ଜଣେ ତହସିଲଦାରଙ୍କ ବିଶସ୍ତ ଥିଲେ। ଉକ୍ତ ତହସିଲଦାର ଭିଜିଲାନ୍ସ ମାମଲାରେ ଜଡ଼ିତ ପରେ ଶ୍ରୀକାନ୍ତ ମଧ୍ୟ ବିଭିନ୍ନ ଲାଞ୍ଚ କାରବାରରେ ଜଡ଼ିତ ଥିବା ଭିଜିଲାନ୍ସ ଟିମର ସନ୍ଦେହ ହୋଇଥିଲା। ତେଣୁ ଭିଜିଲାନ୍ସ ଟିମ ଟାର୍ଗେଟରେ ଶ୍ରୀକାନ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image