ଜିଲା ମତ୍ସ୍ୟ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିଲେ କିରାଣି, ବାନ୍ଧିଲା ପୋଲିସ

ଦେବଗଡ଼,୭ା୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣି ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ମୋଟ୍‌ ୧୩ ଲକ୍ଷ ୨୦ ହଜାର ୬୪୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସମ୍ପୃକ୍ତ ବିଭାଗର ବରିଷ୍ଠ କିରାଣି ପ୍ରଦୀପ୍ତ କୁମାର ପାତ୍ରଙ୍କୁ ଦେବଗଡ଼ ଆଦର୍ଶ ଥାନା ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଦେବଗଡ଼ ଶାଖାରେ ଦେବଗଡ଼ ଜିଲା ମତ୍ସ୍ୟ ବିଭାଗର ଜମାଖାତା ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ୨୦୨୨ ଜୁଲାଇ ୧ତାରିଖରେ ଜମାଖାତା ଯାଞ୍ଚ କରିଥିବା ବେଳେ ସେହି ତାରିଖରେ ଉକ୍ତ ଜମା ଖାତାରେ ୮ ଲକ୍ଷ ୮୬ ହଜାର ୭୮୦ଟଙ୍କା ରହିଥିବା ଜଣାପଡ଼ିଥିଲା। ମାତ୍ର ୨୦୨୩ ମାର୍ଚ୍ଚ ୩୧ରେ ପୁନର୍ବାର ଉକ୍ତ ଜମାଖାତା ଯାଞ୍ଚ କରିବାରୁ ଉକ୍ତ ଜମା ଖାତାରେ ୮ ଲକ୍ଷ ୮୬ ହଜାର ୭୮୦ଟଙ୍କା ପରିବର୍ତ୍ତେ ମାତ୍ର ୭ ହଜାର ୧୩୧ ଟଙ୍କା ରହିଥିବା ଜଣାପଡ଼ିଥିଲା। ଏହାପରେ ଜିଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ ଗତ ମଇ ୨୩ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଦେବଗଡ଼ ଶାଖାକୁ ଯାଇ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ୍‌ ବାହାର କରିବାରୁ ମୁଖ୍ୟ କିରାଣି ଶ୍ରୀ ପାତ୍ର ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତକୁ ଜାଲିଆତି କରି ଚେକ୍‌ ମାଧ୍ୟମରେ ମୋଟ୍‌ ୯ଟି ପର୍ଯ୍ୟାୟରେ ୮ଲକ୍ଷ ୭୯ ହଜାର ଟଙ୍କା ଉଠାଇ ନିଜ ଆକାଉଣରେ ଜମା କରିଥିବା ଜଣାପଡ଼ିଥିଲା । ତେବେ ବରିଷ୍ଠ କିରାଣି ଶ୍ରୀ ପାତ୍ର କେବଳ ଯେ, ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ହଡ଼ପ କରିଥିଲେ ତାହା ନୁହେଁ, ମତ୍ସ୍ୟ ପୋଖରୀ ଯୋଜନା , ତାଲିମ, ଲିଜ ଭ୍ୟାଲ୍ୟୁ ଆଣ୍ଡ ରୟାଲିଟି ସମେତ ସେ ଉଠାଇଥିବା/ଅନ୍ୟଠାରୁ ଗ୍ରହଣ କରିଥିବା ନଗଦ ୪ଲକ୍ଷ ୪୧ ହଜାର ଟଙ୍କା ମଧ୍ୟ ଆତ୍ମସାତ କରିଥିବା ଜଣାପଡ଼ିଥିଲା। ଗୁରତ୍ୱପୂର୍ଣ୍ଣ ବିଷୟ ଏହା ଯେ, ବରିଷ୍ଠ କିରାଣି ଶ୍ରୀ ପାତ୍ରଙ୍କର ଗତ ଜାନୁୟାରୀ ୧୯ରେ ବାଲେଶ୍ୱରସ୍ଥିତ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା ଓ ସେ ସେଠାରେ ଯୋଗ ଦେଇଥିଲେ। ତେବେ ସେ ଏଠାରୁ ଅନ୍ୟତ୍ର ବଦଳି ହେବା ପରେ କିଭଳି ଜିଲା ମତ୍ସ୍ୟ ଅଧିକାରୀଙ୍କ ନାମରେ ଥିବା ଚେକ୍‌ ବ୍ୟବହାର କରିଥିଲେ। ଜାଲ ଦସ୍ତଖତ ବଳରେ ଟଙ୍କା ଉଠାଣ କଲେ ଓ ବିଭାଗୀୟ କର୍ତ୍ତୃପକ୍ଷ କିଭଳି ଏହା ଜାଣି ପାରିଲେ ନାହିଁ ତାହା ମଧ୍ୟ ରହସ୍ୟ ଘେରରେ ରହିଥିଲା। ତେବେ ବରିଷ୍ଠ କିରାଣି ଶ୍ରୀ ପାତ୍ରଙ୍କର ବଦଳି ହେବା ପରେ ଦାୟିତ୍ୱ ହସ୍ତାନ୍ତର ପାଇଁ ତାଙ୍କୁ ଏକାଧିକବାର ଚିଠି ଏବଂ ଫୋନ୍‌ ଦ୍ୱାରା ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ ଶ୍ରୀ ପାତ୍ର ତାଙ୍କ କଥା ଶୁଣି ନ ଥିବା ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ କିସାନ ତାଙ୍କର ଏତଲାରେ ଦର୍ଶାଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ପ୍ରଦୀପ୍ତଙ୍କ ବିରୋଧରେ କେସ୍‌ ନଂ ୩୩୮/୨୩ରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯ା୩: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ଭୁବନେଶ୍ୱର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ...

ବରଗଡ଼ ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ଶନିବାର ଚାଲିଛି ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ। ଏଥିପାଇଁ ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥର ସଂଘର ସଭାପତି ପଦବୀ ପାଇଁ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ...

ବିଧାନସଭା ବାହାରେ ପୁଣି ଘଣ୍ଟ ପିଟିଲା କଂଗ୍ରେସ

ଭୁବନେଶ୍ୱର,୨୯।୩(ରବିନାରାୟଣ ଜେନା): ବିଧାନସଭା ଗୃହ ଭିତରେ ଘଣ୍ଟ ମାଡ଼କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବିତ ହେବା ପରେ ଶୁକ୍ରବାର ପୁଣି ବିଧାନସଭା ବାହାରେ ଘଣ୍ଟମାଡ଼ କରିଛନ୍ତିି।...

ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ

ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି।...

ଆବାସିକ ଅଞ୍ଚଳରେ ସିଏନ୍‌ଜି ଷ୍ଟେଶନ ନିର୍ମାଣକୁ ଝଟକା

ଭୁବନେଶ୍ୱର, ୨୯ା୩ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ କାନନବିହାର ଫେଜ୍‌-୧ସ୍ଥିତ ଆବାସିକ ଅଞ୍ଚଳରେ ଗେଲ୍‌ ଇଣ୍ଡିଆ ପକ୍ଷରୁ ନିର୍ମାଣ ହେଉଥିବା ସିଏନ୍‌ଜି...

ଆଜି ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ

ପୁରୁଣା ଭୁବନେଶ୍ବର,୨୯ା୩(ସୁବାସ ଚନ୍ଦ୍ର ପ୍ରଧାନ): ୨୦୨୫-୨୬ବର୍ଷ ପାଇଁ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହିକ୍ରମରେ ଭୁବନେଶ୍ୱର ବାର୍‌ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image