କେନ୍ଦୁଝର,୧ା୬(ସ୍ବ.ପ୍ର.): ଘଟଗାଁ ତହସିଲର କିରାଣି ଦେବାଶିଷ ପଣ୍ଡା ଏକ ଜମି ଚିହ୍ନଟ କେସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଜମି ଚିହ୍ନଟ ପାଇଁ ମାଗିଥିବା ଟଙ୍କା ଗୁରୁବାର ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ କହିଛନ୍ତି। ତାଙ୍କ ଘର ବାଲେଶ୍ୱର ବୋଲି ଜଣାପଡ଼ିଛି। ବିଭାଗ ପକ୍ଷରୁ ତାଙ୍କ ଅଫିସ, ଘର ଆଦିରେ ଚଢ଼ାଉ କରୁଛି। ଜମି ଚିହ୍ନଟ କରି ପଟ୍ଟା କରିବାକୁ ଲାଞ୍ଚ ମାଗିଥିଲେ। ଆଜି ଟଙ୍କା ନେଉଥିବା ବେଳେ ଧରା ପଡ଼ିଛନ୍ତି।