ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ

ପୁରୀ ଅଫିସ,୯।୨(ଅଜିତ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି ଫୁଟେଜରୁ ଚୋରି ଧରାପଡ଼ିବା ପରେ ପ୍ରାୟ ୩୫ ହଜାର ଟଙ୍କା ଉକ୍ତ ପିଅନଙ୍କଠାରୁ ଜବତ ହୋଇଥିଲା। ତେବେ ଘଟଣା ହଟଚମଟ ସୃଷ୍ଟି ହେବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉକ୍ତ କର୍ମଚାରୀଙ୍କୁ ଜେରା କରାଯାଇଛି । ତେବେ ପ୍ରାୟ ୭ଦିନ ପାଇଁ ଏହି କର୍ମଚାରୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ। ଡ୍ୟୁଟି କରୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସେ ଟଙ୍କା ଚୋରି କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ହୁଣ୍ଡି ଗଣତି ନିମନ୍ତେ ସ୍ଥାୟୀ କର୍ମଚାରୀ ମୁତୟନ କରା ନ ଯିବା ଓ ହୁଣ୍ଡି ଗଣତିରେ ସ୍ବଚ୍ଛତା ରକ୍ଷା ନିମନ୍ତେ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା...

Blast In Pakistan: ପାକିସ୍ତାନରେ ବଡ଼ ବିସ୍ଫୋରଣ: ବହୁ ଯବାନ ଶହୀଦ

ଇସଲାମବାଦ,୨୫।୪: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରର ମାର୍ଗେଟ ଅଞ୍ଚଳରେ ଶୁକ୍ରବାର ଏକ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣରେ ଫ୍ରଣ୍ଟିୟର କନଷ୍ଟାବୁଲାରୀ (ଏଫସି)ର ୪...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

ବଣ ଛତୁଖାଇ ଗୋଟିଏ ଗାଁର ୫ ଗୁରୁତର

ମୋହନା,୨୫।୪(ମନ୍ମଥ ମିଶ୍ର ): ବଣ ଛତୁଖାଇ ଗୋଟିଏ ଗାଁର ୫ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ବଡ଼ଖଣି ଗାଁରେ। ଦିନ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image