ଜଳବାୟୁ ପରିବର୍ତ୍ତନ ଓ ପ୍ରବାସନ

ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ଏକ ନୂତନ ସମସ୍ୟା। ୧୯୭୬ ମସିହାରେ ଲେଷ୍ଟର୍‌ ବ୍ରାଉନ ପ୍ରଥମେ ପରିବେଶୀୟ ‘ଶରଣାର୍ଥୀ’ ଶବ୍ଦ ବାହାର କରିଥିଲେ। ୧୯୮୫ରେ ଏସାମ ଏଲ୍‌-ହିନାଓ୍ବି ପ୍ରକାଶ କଲେ ଏହି ଶରଣାର୍ଥୀ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବରେ ନିଜ ଭିଟାମାଟି ଛାଡି ଅନ୍ୟତ୍ର ଦେଶାନ୍ତରୀ ହୁଅନ୍ତି। ଏହାପରେ ଏମାନଙ୍କୁ ଜଳବାୟୁ ପ୍ରଭାବିତ ଶରଣାର୍ଥୀ କିମ୍ବା ଜଳବାୟୁ ପ୍ରଭାବିତ ଦେଶାନ୍ତରୀ କୁହାଗଲା। ତେବେ ପ୍ରବାସନ ପାଇଁ ଆନ୍ତର୍ଜାତିକ ସଂଗଠନ ପ୍ରକାଶ କରିଛନ୍ତି ଜଳବାୟୁ ପ୍ରଭାବିତ ଦେଶାନ୍ତରୀମାନଙ୍କୁ ଶରଣାର୍ଥୀ କୁହାଯାଇପାରିବ ନାହିଁ। ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ଆମ ଦେଶରେ ବୃଦ୍ଧି ପାଇଲାଣି। ଅର୍ଥନୀତି ଓ ଶାନ୍ତି ଅନୁଷ୍ଠାନ ଆକଳନ ଅନୁସାରେ ଚାଇନା, ବାଂଲାଦେଶ, ଭାରତ, ଭିଏଟ୍‌ନାମ, ଇଣ୍ଡୋନେସିଆ ଓ ପାକିସ୍ତାନରେ ୨୦୫୦ ବେଳକୁ ବହୁ ସଂଖ୍ୟାରେ ଜଳବାୟୁ ପ୍ରଭାବିତ ପ୍ରବାସନ ହୋଇପାରେ। ଏହାର ଅଟକଳ ଅନୁସାରେ ବିଶ୍ୱରେ ୨୦୦୮ ପରଠାରୁ ପ୍ରାୟ ୩୭୬ ନିୟୁତ ଲୋକ ଏହି କାରଣରୁ ପ୍ରବାସିତ ହେଲେଣି। ବିଶ୍ୱବ୍ୟାଙ୍କର ୨୦୨୧ ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ୨୧୬ ନିୟୁତ ଲୋକ ଆଫ୍ରିକା ମହାଦେଶର ଅନ୍ତଃ ପ୍ରବାସନ କରିବେ।
ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକେ ଅସ୍ଥାୟୀ ଭାବରେ ଅଳ୍ପ ଦୂରକୁ ପ୍ରବାସନରେ ଯିବାବେଳେ ମରୁଡ଼ି ଓ ଅଧିକ ଉତ୍ତାପ ଯୋଗୁ ଦୂରକୁ ପ୍ରବାସନରେ ଯାଆନ୍ତି। ଭାରତରେ ପ୍ରାୟ ଦୁଇ ତୃତୀୟାଂଶ ଲୋକ କୃଷି, ପଶୁପାଳନ, ମାଛଚାଷ ଓ ବନୀକରଣ ଉପରେ ଜୀବିକା ନିର୍ବାହ ପାଇଁ ନିର୍ଭର କରନ୍ତି। ଅନ୍ତଃ ବିସ୍ଥାପନ ଉପଦେଷ୍ଟା କେନ୍ଦ୍ର ଅଟକଳ ଅନୁସାରେ ୨୦୨୦ରେ ୧୪ ନିୟୁତ ଲୋକ ଜଳବାୟୁ ପ୍ରଭାବରେ ଦେଶ ମଧ୍ୟରେ ପ୍ରବାସନ କରିଥିଲେ। ଭାରତରେ ବନ୍ୟା, ମରୁଡ଼ି, ବାତ୍ୟା ଓ ଅଧିକ ଉତ୍ତାପ ଯୋଗୁ ପ୍ରଭାବିତ ଲୋକେ ପ୍ରବାସନରେ ଯାଉଛନ୍ତି। ଭାରତର ପରିବେଶ ସ୍ଥିତି ରିପୋର୍ଟ ୨୦୨୨ ଅନୁସାରେ ୨୦୨୦-୨୧ରେ ୩୦ ଲକ୍ଷରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଶାନ୍ତର ହୋଇଥିଲେ। ଏହି ରିପୋର୍ଟ ଦର୍ଶାଉଛି ଯେ ୨୦୫୦ ସୁଦ୍ଧା ଏହି ସଂଖ୍ୟା ୪୫ ନିୟୁତରେ ପହଞ୍ଚିବ।
ଜଳବାୟୁ ପ୍ରଭାବିତ ପ୍ରବାସନ ବାୟୁମଣ୍ଡଳ ଉତ୍ତାପ ବୃଦ୍ଧି, ଅନିୟମିତ ବୃଷ୍ଟିପାତ, ବାରମ୍ବାର ଦେଖାଯିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧି ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁ ହୋଇଥାଏ। ଏହାର ପ୍ରଭାବ ଅସହାୟ ଲୋକଙ୍କ ଉପରେ ପଡିଥାଏ ଏବଂ ସବୁଠାରୁ କ୍ଷତିଗ୍ରସ୍ତ ହୁଅନ୍ତି କୃଷକ, ସମୁଦ୍ର କୂଳିଆ ମତ୍ସ୍ୟଜୀବୀ ଓ ସହରାଞ୍ଚଳରେ ବସ୍ତିବାସିନ୍ଦା। ପାଣିପାଗ ଫସଲ ପାଇଁ ଅନୁକୂଳ ନ ହେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକ କାର୍ଯ୍ୟ ଅନ୍ବେଷଣରେ ଦେଶାନ୍ତର ହୁଅନ୍ତି। ସମୁଦ୍ର ଜଳ ସ୍ଥଳଭାଗ ଆଡକୁ ମାଡିଆସିଲେ ସମୁଦ୍ର କୂଳିଆ ଲୋକେ ଅନ୍ୟତ୍ର ବିସ୍ଥାପିତ ହୁଅନ୍ତି। କେତେକ ଅଞ୍ଚଳରେ ବର୍ଷା ଅଭାବରେ ଜଳସଙ୍କଟ ଦେଖାଗଲେ ଲୋକେ ପିଲା ଛୁଆ ଧରି ଅନ୍ୟତ୍ର ବସବାସ କରନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ଅଭାବ ହେଲେ ଲୋକେ ବାଧ୍ୟହୋଇ କର୍ମସନ୍ଧାନରେ ସହରକୁ ପ୍ରବାସନ କରନ୍ତି। ଘରେ କେବଳ ବୁଢ଼ାବୁଢୀଙ୍କୁ ଛାଡି ସମସ୍ତେ ପ୍ରବାସରେ ରହି ବହୁ ଦୁଃଖଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରନ୍ତି। ଏପରି ଭାବରେ ଦେଶାନ୍ତର ହେଉଥିବା ଲୋକେ କୌଣସି ସରକାରୀ ସୁବିଧା ଲାଭ କରନ୍ତି ନାହିଁ।
ଜଳବାୟୁ ପ୍ରଭାବିତ ପ୍ରବାସନ ନିରାକରଣ ପାଇଁ ବହୁବିଧ ରଣନୀତି ଆବଶ୍ୟକ। ଏପରି ପ୍ରବାସନ ପାଇଁ ଦାୟୀ କାରଣ ଗୁଡିକୁ ଦୂରୀଭୂତ କରିବାକୁ ହେବ ଏବଂ ପ୍ରଭାବିତ ଅଞ୍ଚଳ ଚିହ୍ନଟ, ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଆଗୁଆ ସୂଚନା ଓ ଏହାର ମୁକାବିଲା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ପ୍ରଭାବିତ ଲୋକଙ୍କ ଦୁଃଖ ଦୂରୀକରଣ କରିବାକୁ ହେବ। ପ୍ରଥମରେ ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ହିସାବରେ ଧାରଣକ୍ଷମ କୃଷିପଦ୍ଧତି ଅବଲମ୍ବନ, ବନୀକରଣ, କାର୍ବନ କ୍ରେଡିଟ ପ୍ରଚଳନ, ବିଦ୍ୟୁତ ଯାନ ପ୍ରଚଳନ, ସୌର ଓ ପବନ ଚାଳିତ ଶକ୍ତି ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଦ୍ୱିତୀୟରେ ସାମାଜିକ ବୈଷମ୍ୟ ଦୂରୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ହେବ ଯେପରି ଗରିବ ଲୋକେ ଅଧିକ ପ୍ରଭାବିତ ନ ହେବେ। ତୃତୀୟରେ ବିଶେଷ ଭାବରେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ପ୍ରଭାବିତ ଅଞ୍ଚଳଗୁଡିକ ଚିହ୍ନଟ କରି ସତନ୍ତ୍ର ଭିତ୍ତିଭୂମି ନିର୍ମାଣ, ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ଓ ଜୀବିକା ନିର୍ବାହ ବ୍ୟବସ୍ଥା କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ସ୍ଥାୟୀ ଭାବରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ହେବ। ବିଭିନ୍ନ ସମୟରେ ବାହାର ଦେଶରୁ ଶରଣାର୍ଥୀ ଆମ ଦେଶକୁ ଚାଲି ଆସନ୍ତି। ସରକାର ଏମାନଙ୍କୁ ଚିହ୍ନଟ କରି ଏମାନଙ୍କର ଥଇଥାନ ବ୍ୟବସ୍ଥା ସମ୍ପୃକ୍ତ ଦେଶ ସରକାରଙ୍କ ସହାୟତାରେ କରାଯିବା ଆବଶ୍ୟକ। ଚତୁର୍ଥରେ ସମୁଦ୍ର ଜୁଆର ଜନବସତି ଆଡକୁ ଯେପରି ମାଡି ନ ଆସେ ସେଥିପ୍ରତି ଦୃଷ୍ଟିଦେବା ସହ ହେନ୍ତାଳ ବନୀକରଣ, ଝାଉଁ ବୃକ୍ଷ ରୋପଣ ଓ ସମୁଦ୍ର ନିକଟରେ ପ୍ରାଚୀର ନିର୍ମାଣ କରାଯାଇପାରେ। ପଞ୍ଚମରେ ନିୟମିତ ପ୍ରଭାବିତ ଅଞ୍ଚଳରେ ଶିକ୍ଷା ଓ କର୍ମନିଯୁକ୍ତି ପାଇଁ ସତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଆବଶ୍ୟକ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଲବ୍ଧ ଅର୍ଥ ଏଥି ନିମନ୍ତେ ବିନିଯୋଗ ହୋଇପାରେ। ପରିସଂସ୍ଥାର ସୁରକ୍ଷା ନିମନ୍ତେ ଓ ଏହାକୁ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତିରୁ ରକ୍ଷା କରିବା ପାଇଁ ଭୂମି ପରିଚାଳନା କୌଶଳ ଅବଲମ୍ବନ କରି ଅବକ୍ଷୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଆନ୍ତର୍ଜାତିକ ସହାୟତା ପାଇଁ ନିବେଦନ କରାଯାଇ ପାରେ।
ଏହି ସମସ୍ୟାର ସମାଧାନ ନିମନ୍ତେ ଜଳବାୟୁ ପରିବର୍ତ୍ତନ ପାଇଁ ରାଷ୍ଟ୍ରୀୟ କ୍ରିୟା ଯୋଜନା ବା ଏନ. ଏ. ପି. ସି. ସି. ଏବଂ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗାରେ କିଛିଟା ବ୍ୟବସ୍ଥା ରଖାଯାଇଛି। ମନରେଗାରେ ହେନ୍ତାଳ ବନୀକରଣ, ଜୈବିକ କୃଷି ଓ ସ୍ଥାୟୀ ପରିସମ୍ପତ୍ତି ନିର୍ମାଣ ଉପରେ ସୁନ୍ଦରବନ ପରି ସର୍ବଦା ପ୍ରଭାବିତ ଅଞ୍ଚଳ ପାଇଁ ଗୁରୁତ୍ୱ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ନିରାକରଣ ପାଇଁ ସତନ୍ତ୍ର ରଣନୀତି ଉଲ୍ଲେଖ କରିବା ଆବଶ୍ୟକ। ଯେଉଁ ଅଞ୍ଚଳରେ ବିସ୍ଥାପନ ଜରୁରୀ ସେଥିପାଇଁ ପୁନର୍ବାସ ଯୋଜନା କରାଯିବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଜଳବାୟୁ ପରିବର୍ତ୍ତନ ଜନିତ ଫସଲ ହାନି ହେଉ, ସ୍ଥାନୀୟ ଅଧିବାସୀ ଯେପରି ଦେଶାନ୍ତର ନ ହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖି ଏହାର ସମାଧାନ ସ୍ଥାନୀୟ ଭାବରେ କରାଯିବା ଆବଶ୍ୟକ। ମନେ ରଖିବାକୁ ହେବ ଅଭାବୀ ପ୍ରବାସନ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ମଧ୍ୟରେ ଯଥେଷ୍ଟ ପ୍ରଭେଦ ରହିଛି ଏବଂ ଉଭୟ ପାଇଁ ଆଲଗା ରାଜନୀତି ଆବଶ୍ୟକ। ସରକାରୀ ଓ ବେସରକାରୀ ସ୍ତରରେ ଜଳବାୟୁ ସହନଶୀଳ ଯୋଜନାର ଆବଶ୍ୟକତା ଅଛି। ସହରାଞ୍ଚଳରେ ଜଳବାୟୁ ସହନଶୀଳ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରି ବାହାରୁ ପ୍ରବାସନରେ ଆସୁଥିବା ଲୋକଙ୍କ ଥଇଥାନ ବ୍ୟବସ୍ଥା କରାଯିବା ଆବଶ୍ୟକ।
କଳିଙ୍ଗନଗର ୭/୪୫୨, ଭୁବନେଶ୍ବର
ମୋ:୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri