ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ପଡୁଛି ଶିଶୁଙ୍କ ଉପରେ

ଓ୍ବାଶିଂଟନ,୭।୮: ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢିବା ସହିତ ଦକ୍ଷିଣ ଏସିଆର ପ୍ରାୟ ୪୬୦ନିୟୁତ ଶିଶୁ ବିପଜ୍ଜନକ ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ଭାରତ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଭଳି ଦେଶ ଅନ୍ତର୍ଭୁକ୍ତ। ମିଳିତ ଜାତିସଂଘର ବାଲ ଏଜେନ୍ସି ସୋମବାର ଏକ ବିବୃତ୍ତିରେ କହିଛି ଯେ ଦକ୍ଷିଣ ଏସିଆର ୪ଟି ପିଲାଙ୍କ ମଧ୍ୟରୁ ୩ ଜଣ ଅତ୍ୟଧିକ ଉଚ୍ଚ ତାପମାତ୍ରାରେ ଆକ୍ରାନ୍ତ ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ କେବଳ ୩ ଶିଶୁଙ୍କ ମଧ୍ୟରୁ ୧ ଜଣ ଉଚ୍ଚ ତାପମାତ୍ରାରେ ଆକ୍ରାନ୍ତ ହୋଇଛନ୍ତି।
ଦକ୍ଷିଣ ଏସିଆର ୟୁନିସେଫ ଆଞ୍ଚଳିକ ନିର୍ଦ୍ଦେଶକ ସଞ୍ଜୟ ୱିଜେସେକେରା କହିଛନ୍ତି, ବିଶ୍ୱର ଗ୍ଲୋବାଲ ୱାର୍ମିଂ ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଉଚ୍ଚ ତାପମାତ୍ରା ହେତୁ ଦକ୍ଷିଣ ଏସିଆରେ ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ବିପଦରେ। ଦକ୍ଷିଣ ଏସିଆର ଦେଶଗୁଡ଼ିକ ଏପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଉତ୍ତପ୍ତ ନୁହଁନ୍ତି, କିନ୍ତୁ ଏଠାରେ ଥିବା ଉତ୍ତାପ ତରଙ୍ଗ ଲକ୍ଷ ଲକ୍ଷ ଅସୁରକ୍ଷିତ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।
ମିଳିତ ଜାତିସଂଘ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ, ଭାରତ, ମାଲଦ୍ୱୀପ ଏବଂ ପାକିସ୍ଥାନର ପିଲାମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଅତ୍ୟଧିକ ବିପଦରେ ଅଛନ୍ତି। ଶିଶୁମାନେ ତାପମାତ୍ରା ପରିବର୍ତ୍ତନ ସହିତ ଶୀଘ୍ର ଅନୁକୂଳ ହୁଅନ୍ତି ନାହିଁ ଏବଂ ନିଜ ଶରୀରରୁ ଅଧିକ ଉତ୍ତାପକୁ ବାହାର କରିବାରେ ସକ୍ଷମ ନୁହଁନ୍ତି। ୱିଜେସେକେରା କହିଛନ୍ତି ଯେ ଛୋଟ ପିଲାମାନେ ଉତ୍ତାପକୁ ସହି ପାରିବେ ନାହିଁ। ଯଦି ଆମେ ବର୍ତ୍ତମାନ ଏହା ଉପରେ କାର୍ଯ୍ୟ ନ କରିବା, ତେବେ ଏହି ପିଲାମାନେ ଆଗାମୀ ବର୍ଷରେ ଅଧିକ ପ୍ରବଳ ଉତ୍ତାପ ତରଙ୍ଗକୁ ବହନ କରିବେ ବୋଲି ସେ କହିଛନ୍ତି।

Share