Posted inରାଜ୍ୟ

ଜଳବାୟୁ ପରିବର୍ତ୍ତନ: ଶିମିଳିପାଳରେ କମୁଛି ତାପମାତ୍ରା, ପ୍ରାଣୀଙ୍କ ଉପରେ ପ୍ରଭାବ ଜାଣିବାକୁ ଗବେଷଣା ଲୋଡ଼ା

ଭୁବନେଶ୍ୱର, ୧୮।୧(ଅସମାପିକା ସାହୁ)- ଚଳିତ ମାସରେ ଶିମିଳିପାଳ ଜଙ୍ଗଲର ବାରହା କାମୁଡ଼ା ଅଞ୍ଚଳରେ ଦୁଇ ଥର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ଛୁଇଁଲାଣି। କିଛି ଦିନ ହେଲା ବ୍ୟାଘ୍ର ପ୍ରକଳ୍ପର ଅନ୍ୟାନ୍ୟ କିଛି ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ଲାଗି ରହିଛି। ଏହା ଜଳବାୟୁ ପରିବର୍ତ୍ତନର ବିଭୀଷିକା ବୋଲି କୁହାଯାଉଛି। ଗତ ଦୁଇ ଚାରି ବର୍ଷ ଧରି ଗ୍ରୀଷ୍ମ ଦିନେ ଶିମିଳିପାଳରେ ଜଙ୍ଗଲ ନିଆଁ ଅଣାୟତ ହେବା ବହୁ ଚର୍ଚ୍ଚା ହୋଇଥିଲା। ସେତେବେଳେ ଏଭଳି ଏକ ବିପଦପୂର୍ଣ୍ଣ ଦୃଶ୍ୟର ଅବତାରଣା ହୁଏତ ଅନେକ ଅନୁମାନ କରି ପାରିନଥିଲେ। ଅତ୍ୟଧିକ ଥଣ୍ଡାକୁ ପ୍ରତିହତ କରି ଶିମିଳିପାଳରେ ବନ୍ୟପ୍ରାଣୀଙ୍କର ସମସ୍ୟା ବଢ଼ିବା ସ୍ବାଭାବିକ।

ଯଦିଓ ବାଘମାନଙ୍କର ଦେହରେ ଲୋମଯୁକ୍ତ ମୋଟା ଚମଡ଼ା ଅଛି, ହେଲେ ଶୂନ ବା ବିଯୁକ୍ତ ତାପମାତ୍ରାରେ ବଞ୍ଚତ୍ ରହିବା ଭାରତୀୟ ବାଘମାନଙ୍କ ପାଇଁ କଷ୍ଟକର ବୋଲି ଅନେକ ଗବେଷଣା ହୋଇସାରିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ୨୦୭୦ ମସିହା ବେଳକୁ ସୁନ୍ଦରବନ ଅଞ୍ଚଳରେ ବାଘମାନଙ୍କ ପାଇଁ ଆଉ ପ୍ରାକୃତିକ ଆବାସ ନ ଥିବ ଏବଂ ସେମାଙ୍କର ସଂଖ୍ୟା ଗୁରୁତର ଭାବେ ହ୍ରାସ ପାଇବ ବୋଲି ୨୦୧୯ରେ ଏକ ଗବେଷଣା ପୂର୍ବାନୁମାନ କରିଥିଲା। ଏହି ପରିପ୍ରେକ୍ଷୀରେ ଶିମିଳିପାଳରେ ଶୂନ ତାପମାତ୍ରା ଦୀର୍ଘ ଦିନ ଧରି ଲାଗି ରହିଲେ ଓଡ଼ିଶାର ଗର୍ବ ବୋଲାଉଥିବା ମହାବଳ ବାଘ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଅବସ୍ଥା ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି।

ମୟୂରଭଞ୍ଜ ଜିଲାରେ ହାଡ଼ଭଙ୍ଗା ଶୀତ ଏବଂ ଶିମିଳିପାଳ କୋର ଏରିଆରେ ଥିବା ବାରହା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା କିଛି ଗୋଟେ ଅଦୃଶ୍ୟ ବିପଦ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ପରିବେଶବିତ ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି। କାରଣ ୨୦୨୩ ଡିସେମ୍ବର ୧୭ରେ ଶିମିଳିପାଳରେ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୨୦୨୨ ଡିସେମ୍ବର ୧୬ରେ ତାପମାତ୍ରା ୯ ଡିଗ୍ରୀ ଥିଲା। ତେବେ ଶୂନ ଡିଗ୍ରୀ ତାପମାତ୍ରା ଦିନକୁ କେତେ ସମୟ ପର୍ଯ୍ୟନ୍ତ ରହୁଛି ଏବଂ ତାର ଯଦି ବି କିଛି ପ୍ରଭାବ ପଡୁଥାଏ ତାହା ଉପରେ ଗବେଷଣା ହେବା ଦରକାର ବୋଲି ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସମ୍ପାଦକ ତଥା ପୂର୍ବତନ ପ୍ରାଣୀ ବିଜ୍ଞାନ ପ୍ରଫେସର ଡ. ଆଶିଷ କୁମାର ମହାନ୍ତି କହିଛନ୍ତି। ସେ କହିଛନ୍ତି, ସାଧାରଣ ଭାବରେ ଉଷ୍ମ ରକ୍ତ ବିଶିଷ୍ଟ ପ୍ରାଣୀମାନେ ନିଜ ଦେହର ତାପମାତ୍ରାକୁ ପରିବେଶ ତାପମାତ୍ରା ସହିତ ସନ୍ତୁଳନ କରିଥାଆନ୍ତି। କିନ୍ତୁ ଶୂନ ବା ବିଯୁକ୍ତ ତାପମାତ୍ରାରେ ଆମ ଦେହରେ ଥିବା ଏଞ୍ଜାଇମ ସବୁ କାମ କରିବା ବନ୍ଦ ହେଇଯିବ ଏବଂ ହାଇପୋଥାଲାମସ ମଧ୍ୟ ଅକାମୀ ହେଇଯିବ। ତେବେ ବାଘମାନେ ବନ୍ୟପ୍ରାଣୀ ଏବଂ ତାଙ୍କର ଆଡାପ୍ଟେସନ ବଳିଷ୍ଠ ହୋଇଥିବାରୁ ସେମାନେ ଯଦିଓ ଭାରତର ବିଭିନ୍ନ ଜଙ୍ଗଲରେ ଭଲ ଭାବରେ ଖାପ ଖୁଆଇ ଚଳିପାରନ୍ତି, କିନ୍ତୁ ବିଯୁକ୍ତ ତାପମାତ୍ରା ଲଗାତାର ଭାବରେ ଅଧିକ ଦିନ ଯଦି ରହିଯିବ ତେବେ ସେମାନେ ମଧ୍ୟ ସମସ୍ୟା ଭୋଗିବେ ବୋଲି ଡ. ମହାନ୍ତି ଚିନ୍ତାପ୍ରକଟ କରିଛନ୍ତି।

ସେପଟେ ନନ୍ଦନକାନନରେ ଶୀତ ଦିନ ଆସିବା ପୂର୍ବରୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଧିିଷ୍ଟ କାର୍ଯ୍ୟଖସଡ଼ା ରହିଛି। ଅଧିକ ଶୀତରୁ ରକ୍ଷା ପାଇଁ କାହା ଘରେ ଉତ୍ତାପ ବଢ଼େଇବା ପାଇଁ ହିଟିଙ୍ଗ ପ୍ୟାଡ ଦିଆଯାଏ ତ କାହା ଘରେ ରୁମ ହିଟର ମଧ୍ୟ ଦିଆଯାଏ। ଖାସ କରି ସରୀସୃପ ମାନେ ଯେଉଁମାନଙ୍କ ଦେହରେ ଶୀତଳ ରକ୍ତ ପ୍ରବାହିତ ସେମାନଙ୍କ ଘରେ ଶୀତ ଦିନେ ଚିଡ଼ିଆଖାନାରେ ଉତ୍ତାପ ବୃଦ୍ଧି କରେଇବା ବ୍ୟବସ୍ଥା କରାଯାଇଥାଏ। ତେବେ ପ୍ରାକୃତିକ ପରିବେଶରେ ସରୀସୃପମାନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତଳ ସୁପ୍ତି ବା ହାଇବରନେସନ(Hibernation)ର ସାହାଯ୍ୟ ନେଇଥାନ୍ତି। ଥଣ୍ଡାରୁ ରକ୍ଷା ପାଇଁ ସାପମାନେ ଗାତ ବା କୋରଡ଼ ଆଦି ଭିତରେ ପଶିଯାଆନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସବୁ ଅଞ୍ଚଳରେ ଏବଂ ସବୁ ପ୍ରାଣୀଙ୍କ ଉପରେ ସମାନ ଭାବରେ ପଡ଼ି ନ ଥାଏ। ଅଧିକ ଥଣ୍ଡା ସମୟରେ ନିଜ ଶରୀରର ତାପମାତ୍ରାକୁ ସନ୍ତୁଳିତ କରି ଉଷ୍ମତା ଆଣିବା ପାଇଁ ପକ୍ଷୀମାନଙ୍କୁ ତାଙ୍କର ଡେଣାକୁ ବାରମ୍ବାର ଫଡ଼ ଫଡ଼ କରିବାକୁ ପଡ଼ିଥାଏ। ହରିଣ ଭଳି ତୃଣଭୋଜୀମାନେ ଶୋଇବା ବେଳେ ମାଟି ଉପରେ ନ ଶୋଇ, ଗଛତଳେ ଝଡ଼ି ପଡ଼ିଥିବା ସୁଖିଲା ପତ୍ର ଉପରେ ଶୁଅନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ନନ୍ଦନକାନନର ପୂର୍ବତନ ଡିସିଏଫ କମଳ ଲୋଚନ୍‌ ପୁରୋହିତ କହିଛନ୍ତି, ବାଘମାନେ ପ୍ରତିକୂଳ ପରିବେଶରେ ବେଶ ଭଲ ଭାବରେ ଖାପ ଖୁଆଇ ଚଳି ପାରନ୍ତି। ଶୀକାର ଛଡ଼ା ତାଙ୍କର ଅନ୍ୟ କିଛି ବିଶେଷ ଅସୁବିଧା ନାହିଁ ବୋଲି ମୁଁ ଭାବୁଛି। ବିଯୁକ୍ତ ତାପମାତ୍ରା ଅଧିକ ଦିନ ଯଦି ଲଗାତର ଭାବରେ ଅଧିକ ସମୟ ଧରି ଲାଗି ରହିବ, ସେତେବେଳେ ଅସୁବିଧା ହୋଇପାରେ। କିନ୍ତୁ ଓଡ଼ିଶାରେ ବିଯୁକ୍ତ ତାପମାତ୍ରା ହେଲେ ଖାଲି ବାଘ କାହିଁକି ମଣିଷ ବି ଅସୁବିଧା ଭୋଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri