ଜଳବାୟୁ ସଙ୍କଟକୁ ପ୍ରାଥମିକତା ଦିଆଯାଉନାହିଁ

ଲଣ୍ଡନ, ୩ା୧୧: ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌୨୭ ଅନୁଷ୍ଠିିତ ହେବ। ଉକ୍ତ ସମ୍ମିଳନୀ ପୂର୍ବରୁ ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ମନ୍ତବ୍ୟ ଏକ ଭିନ୍ନ ବାର୍ତ୍ତ ଦେଇଛି। ଗ୍ରେଟା ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହିବେ ନାହିଁ ବୋଲିି କହିଛନ୍ତି।

କପ୍‌୨୭ରେ ବିଶ୍ୱର ବହୁ ଦେଶର ପ୍ରତିନିଧି ଅଂଶଗ୍ରହଣ କରି ବିଶ୍ୱ ତାପନ ହ୍ରାସ କରିବା ଲଗି ସହମତି ପ୍ରକାଶ କରୁଛନ୍ତି ଓ ଏଭଳି କାର୍ଯ୍ୟକ୍ରମକୁ ଗେଟା ‘ଗ୍ରୀନ୍‌ଓ୍ବାଶିଂ’ ଭାବେ ସୂଚିତ କରିଛନ୍ତି। ଗ୍ରେଟାଙ୍କ ମତରେ, ପରିବେଶଗତ ପ୍ରଭାବକୁ କମ୍‌ କରିବା ଲାଗି ବାସ୍ତବ ପଦକ୍ଷେପ ଗ୍ରହଣ ନ କରି ସବୁଜକରଣ ସକାଶେ ଅର୍ଥ ଓ ସମୟ ଉପଯୋଗ କରିବା କଥା ଯାହା କୁହାଯାଉଛି ତାହା ଏକ ମିଥ୍ୟା ଓ ଠକାମୀକୁ ସୂଚାଉଛି।

୧୯ ବର୍ଷାୟା ଗ୍ରେଟା କହିଛନ୍ତି ଯେ, କ୍ଷମତାରେ ଥିବା ବ୍ୟକ୍ତିମାନେ ଜଳବାୟୁ ସଙ୍କଟକୁ ଗୁରୁତ୍ୱର ସହ ଗ୍ରହଣ କରୁନାହାନ୍ତି ଏବଂ ବାରମ୍ବାର ଏହା ମଧ୍ୟ ପ୍ରମାଣିିତ ଯେ, ସେମାନେ ଅନ୍ୟ ବିଷୟକୁ ଅଧିକ ପ୍ରାଥମିକତା ଦେଉଛନ୍ତି। କ୍ଷମତାଧିକାରୀ ବ୍ୟକ୍ତିମାନେ ଜଳବାୟୁ ସଙ୍କଟ ଟାଳିବା ଲାଗି ଉଚିତ ପଦକ୍ଷେପ ନ ନେଇ କେବଳ କ୍ଷମତାରେ ରହିବାକୁ ଚାହଁୁଛନ୍ତି ଏବଂ ଲୋଭନୀୟ ସଂସ୍ଥା ପ୍ରତି ଯନତ୍ଶୀଳ ହେଉଛନ୍ତି।

Share