ଜଳବାୟୁ ବିଜ୍ଞାନୀ, ପରିବେଶ ଗବେଷକ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଭାରତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ(ଆଇଜର) କୋଲକାତାର ଜୈବବିଜ୍ଞାନ ପ୍ରାଧ୍ୟାପକ ଡ. ପୁଣ୍ୟଶ୍ଳୋକେ ଭାଦୁରୀ। ସେ ଜଣେ ସୁପରିଚିତ ଜଳବାୟୁ ଓ ପରିବେଶ ଗବେଷକ। ଭାଦୁରୀ ୨୦୧୦ରେ ଭାରତ ପକ୍ଷରୁ ଆୟୋଜିତ ଆର୍କଟିକ୍‌ ଏକ୍ସପେଡିଶନ୍‌ ଟିମ୍‌ର ନେତୃତ୍ୱ ନେଇଥିଲେ। ସେହିପରି କପ୍‌୨୬ରେ କ୍ଲାଇମେଟ୍‌ ରିଜିଲିଆନ୍ସ ଆଣ୍ଡ୍‌ କୋଷ୍ଟାଲ୍‌ ଆଡପ୍‌ଟେଶନ୍‌ ସମ୍ପର୍କିତ ବିତର୍କରେ ପ୍ୟାନେଲିଷ୍ଟ ଭାବେ ସାମିଲ ହୋଇଥିଲେ। ମୃତ୍ତିକା ଓ ପରିବେଶ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନଜନକ ଗୋଲ୍‌ଡେନ୍‌ ଫେଲୋଶିପ୍‌ ପୁରସ୍କାର ପ୍ରଦାନ କରାଯାଇଛି। ବୈଶ୍ୱିକ ଓ ଆଞ୍ଚଳିକ ଜଳବାୟୁ ଆହ୍ବାନ ଉପରେ ବିଶେଷଜ୍ଞ ଭାଦୁରୀଙ୍କ ୮୦ରୁ ଊର୍ଦ୍ଧ୍ୱ ଆର୍ଟିକିଲ୍‌ ବା ନିବନ୍ଧ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଲାଣି।
ପୁଣ୍ୟଶ୍ଳୋକେ ଭାଦୁରୀ ବ୍ରିଟେନ୍‌ର ଏଡିନ୍‌ବର୍ଗରୁ ଏମ୍‌.ଏସ୍‌ସି. ଏବଂ ପ୍ଲାଏମାଉଥ୍‌ରୁ ପିଏଚ୍‌.ଡି. ହାସଲ କରିବା ପରେ ଆମେରିକାର ପ୍ରିନ୍ସଟନ୍‌ ୟୁନିଭର୍ସିଟିରେ ପୋଷ୍ଟ ଡକ୍ଟୋରାଲ କରିଥିଲେ। ୨୦୦୮ରେ ଡବ୍ଲ୍ୟୁଆଇଆଇ ଡେରାଡୁନରେ ଫାକଲ୍ଟି ଭାବେ ଯୋଗଦେବା ପରେ ସେ ୨୦୦୯ରେ ଆଇଜର କୋଲକାତାରେ ଅଧ୍ୟାପନା ଆରମ୍ଭ କରିଥିଲେ। ୨୦୧୮ରୁ ସେ ସେଠାରେ ବାୟୋଲୋଜିକାଲ ସାଇନ୍ସରେ ପ୍ରଧ୍ୟାପନା କରିଆସୁଛନ୍ତି।
ଡ. ଭାଦୁରୀ ଆଇଜରରେ ସେଣ୍ଟର ଫର୍‌ କ୍ଲାଇମେଟ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଷ୍ଟଡିଜ୍‌ ପ୍ରତିଷ୍ଠା କରି ଭୂବିଜ୍ଞାନ ଓ ପରିବେଶ ବିଜ୍ଞାନ ସହ ସାମାଜିକ ପ୍ରାସଙ୍ଗିକତା ଉପରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଗବେଷଣା ଓ ଅବଦାନକୁ ନେଇ ୨୦୧୯ରେ ଭାରତ ସରକାର ଗୋଲ୍‌ଡେନ୍‌ ଫେଲୋଶିପ୍‌ ଆଓ୍ବାର୍ଡ ପ୍ରଦାନ କରିଥିଲେ। ଝାଉଁବଣ ଅବକ୍ଷୟ, ସମୁଦ୍ର ପତ୍ତନ ବୃଦ୍ଧି, ପରିବେଶଗତ ସମସ୍ୟାର ପ୍ରକୃତିଭିତ୍ତିକ ସମାଧାନ ଆଦି ପାଇଁ ମାଇକ୍ରୋବାଇଆଲ୍‌ ସିଷ୍ଟମ୍‌ରେ ରହିଥିବା ଜଟିଳତା ଦୂର କରିବାରେ ଭାଦୁରୀ ନିଜ ବିଚକ୍ଷଣତା ପ୍ରତିପାଦନ କରିପାରିଛନ୍ତି। ଭାଦୁରୀଙ୍କ ଏକ କାରିଗରି ଉଦ୍ଭାବନକୁ ନାଗାଲାଣ୍ଡ ସରକାର ସମେତ ଅନେକ ସରକାରୀ ସଂସ୍ଥା ଆପଣାଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି।
ଭାଦୁରୀ ଆକ୍ସେସ୍‌ ମାଇକ୍ରୋବାୟୋଲୋଜି (ବ୍ରିଟେନ୍‌ର ମାଇକ୍ରୋବାୟୋଲୋଜି ସୋସାଇଟି)ର ଏଡିଟର ମେଣ୍ଟର, ଜିଓସାଇନ୍ସ ଲେଟର୍ସ (ସ୍ପ୍ରିଙ୍ଗର) ସମ୍ପାଦକ, ଇକୋଲୋଜିକାଲ ସଲ୍ୟୁଶନ୍ସ ଆଣ୍ଡ୍‌ ଏଭିଡେନ୍ସ (ଜନ୍‌ ଓ୍ବିଲେ ଆଣ୍ଡ ବ୍ରିଟିଶ୍‌ ଇକୋଲୋଜିକାଲ ସୋସାଇଟି)ର ସହକାରୀ ସମ୍ପାଦକ ରହିବା ସହିତ ଅନେକ ଅନ୍ତର୍ଜାତୀୟ ପତ୍ରପତ୍ରିକା ସହ ଜଡ଼ିତ।
ଭାଦୁରୀ ନିଜ ଗବେଷଣା ରୁଚି ସମ୍ପର୍କରେ କୁହନ୍ତି, ବାୟୋଲୋଜିକାଲ୍‌ ସାଇକ୍ଲିଂ ସମେତ ପ୍ରମୁଖ ଇକୋସିଷ୍ଟମ୍‌ ପ୍ରକ୍ରିୟାରେ ସେଗୁଡ଼ିକର ଭୂମିକାକୁ ବୁଝିବା ପାଇଁ ଆମେ ମଧୁର ଜଳଠାରୁ ମହାସାଗର ପର୍ଯ୍ୟନ୍ତ ଜୈବିକ ଜଟିଳତା ଓ ଅନ୍ତର୍ନିହିତ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଉ। ସେ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହୋଇପାରୁଥିବା ସ୍ଥାୟୀ ବୈଷୟିକ ଉପକରଣ ଉଦ୍ଭାବନ କରିଛନ୍ତି, ଯାହାକୁ କଠିନ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳର ପ୍ରଭାବଶାଳୀ ପରିଚାଳନାରେ ଉପଯୋଗ କରାଯାଇପାରିବ। ଏହାବାଦ୍‌ ମାଇକ୍ରୋବାୟୋମ୍‌ କନ୍‌ସର୍ଟିୟମ୍‌ ଆଧାରିତ କେତେକ ସୂତ୍ର ସେ ବାହାର କରିଛନ୍ତି, ଯାହାକି ବିଭିନ୍ନ ଇକୋସିଷ୍ଟମ୍‌ର ପୁନରୁଦ୍ଧାର ଦିଗରେ ବ୍ୟବହାର କରାଯାଇପାରିବ। ସେଗୁଡ଼ିକ ମଧ୍ୟରୁ ଅନେକକୁ ଷ୍ଟାର୍ଟଅପ୍‌ ଆଧାରରେ ସୃଷ୍ଟିକରି ବହୁ ବ୍ୟବସାୟିକ ସଫଳତା ପାଇଛନ୍ତି। ପରିବେଶ ସହିତ ମାଇକ୍ରୋବିଆଲ୍‌ ସଂଯୋଗ ପ୍ରକ୍ରିୟାରୁ ମିଳିଥିବା ତଥ୍ୟ ସେମାନଙ୍କୁ ଗବେଷଣା ପାଇଁ ବହୁମାତ୍ରାରେ ସହାୟକ ହୋଇଛି ବୋଲି ଭାଦୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri