Categories: ଫୁରସତ

ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ପ୍ରତିଦିନ ପାହାଡ଼ ଚଢ଼ା

ଜୟପୁର, ୧୫।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଯାଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି। ତେବେ ଏଥିରେ ନେଟଓ୍ବାର୍କ ସମସ୍ୟା ବାଧା ସୃଷ୍ଟି କରୁଛି। ରାଜସ୍ଥାନରେ ଛାତ୍ରୀଛାତ୍ର ନେଟ୍‌ଓ୍ବାର୍କ ସମସ୍ୟା ଯୋଗୁ ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ପ୍ରତିଦିନ ପାହାଡ଼ ଚଢୁଛନ୍ତି। ସ୍ଥାନୀୟ ବାଡମେର୍‌ ଅଞ୍ଚଳରେ ମୋବାଇଲ୍‌ ନେଟ୍‌ଓ୍ବାର୍କରେ ସବୁବେଳେ ଅସୁବିଧା ଲାଗି ରହିଥାଏ। ସ୍ଥାନୀୟ ଭୀଲ୍‌ ବସ୍ତିରେ ବାସକରୁଥିବା ଛାତ୍ରୀଛାତ୍ର ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗଦେବା ପାଇଁ ପାହାଡ଼ ଚଢ଼ି ପାଠ ପଢୁଛନ୍ତି। ପାହାଡ଼ ଉପରେ ମଧ୍ୟ ବହୁ ସମୟରେ ନେଟ୍‌ଓ୍ବାର୍କ ଆସି ନ ଥାଏ। ବାଧ୍ୟ ହୋଇ ଛାତ୍ରୀଛାତ୍ର ନେଟ୍‌ଓ୍ବାର୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ଏଠାରେ ଛାତ୍ରୀଛାତ୍ର ପ୍ରତିଦିନ ସକାଳ ୮ଟାରେ ପାହାଡ଼ ଚଢ଼ିବା ଆରମ୍ଭ କରିଥାନ୍ତି। ପାହାଡ଼ ଉପରେ ଖରାରେ ଦିନ ୨ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଅନ୍‌ଲାଇନ୍‌ କ୍ଲାସ୍‌ କରି ତଳକୁ ଓହ୍ଲାଇ ଆସନ୍ତି। ଲଗାତାର ଦେଢ଼ମାସ ଧରି ଛାତ୍ରୀଛାତ୍ର ଏଭଳି କରୁଥିବା କୁହାଯାଉଛି।

Share