Categories: ଖେଳ

କ୍ୱାର୍ଟର ଫାଇନାଲରେ ଜର୍ମାନୀ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ପ୍ରଥମ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଟାଇଟଲ ଫେଭରାଇଟ ଜର୍ମାନୀ। ଗୋଆର ମାର୍ଗାଓରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୬-୦ ଗୋଲରେ ଚିଲିକୁ ହରାଇ ଦେଇଛି। ଜର୍ମାନୀ ପକ୍ଷରୁ ଜେଲା ଭିଟ୍‌ ୨୦, ଆଲାରା ସେଟଲେର ୨୪, ମାରା ଆଲବେର ୪୦, ମାରି ଷ୍ଟେନର ୫୮, ଲୋରେନ ବେଣ୍ଡର ୬୦ ଏବଂ ଲୈଲା ପୋର୍ତେଲା ୯୦+୫ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଜର୍ମାନୀ ନିଜର ପ୍ରଥମ ମ୍ୟାଚରେ ନାଇଜେରିଆକୁ ୨-୧ ଗୋଲରେ ପରାସ୍ତ କରିଥିଲା। ୨ ବିଜୟ ସହ ଏହି ଦଳ ୬ ପଏଣ୍ଟ ପାଇଛି। କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ନ୍ୟୁଜିଲାଣ୍ଡକୁ ଏହି ଦଳ ୧୭ ତାରିଖରେ ମାର୍ଗାଓରେ ଭେଟିବ। ଏହି ଦିନ କଳିଙ୍ଗ ଷ୍ଟାଡିୟମରେ ନାଇଜେରିଆ-ଚିଲି ମ୍ୟାଚ ଅନୁଷ୍ଠିତ ହେବ। ଏହାର ବିଜେତା ଗ୍ରୁପ୍‌ ‘ବି’ରୁ ଦ୍ୱିତୀୟ ଦଳଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ତେଣୁ ଭୁବନେଶ୍ୱରରେ ଏହି ଦୁଇ ଦଳର ଭାଗ୍ୟ ନିର୍ଣ୍ଣୟ ହେବ।

Share