‘ଗୋଟିଏ ମାସରେ ସବୁ ବିୟୁଟି ପାର୍ଲର ବନ୍ଦ କର’

କାବୁଲ,୫ା୭: ଆଫଗାନିସ୍ତାନ ସରକାରକୁ କାବୁ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଦେଶର ସମସ୍ତ ବିୟୁଟି ପାର୍ଲର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବିୟୁଟି ପାର୍ଲର ଚଳାଉଥିବା ମହିଳାମାନଙ୍କୁ ଏକ ମାସର ସମୟ ଦିଆଯାଇଛି। ତେବେ ଏହି ନିଷେଧାଦେଶର କାରଣ ଦର୍ଶାଯାଇନାହିଁ। ସଂଗଠନ କହିଛି, ଆଗେ ବନ୍ଦ କର ପଛେ କାରଣ କହିବୁ।

ସୂଚନାଯୋଗ୍ୟ, ତାଲିବାନ ୧୫ ଅଗଷ୍ଟ ୨୦୨୧ରେ କାବୁଲ ସହିତ ସମଗ୍ର ଆଫଗାନିସ୍ତାନକୁ କାବୁ କରିଥିଲା। ସେବେଠାରୁ ଏହା ଶିକ୍ଷା ଏବଂ ବାଳିକା ଏବଂ ମହିଳାଙ୍କ ଚାକିରି ସହ ଜଡ଼ିତ ସମସ୍ତ ଅଧିକାର ଛଡ଼ାଇ ନେଇଛି।

Share