ପାକିସ୍ତାନର କରାଚିରେ ଆଉ ଜଣେ ଆତଙ୍କବାଦୀକୁ ହତ୍ୟା

ଇସଲାମାବାଦ,୧୩।୧୧: ପାକିସ୍ତାନରେ ଆତଙ୍କବାଦୀ ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ କରାଚିରୁ ଏକ ମାମଲା ଆସିଛି, ଯେଉଁଠାରେ ରବିବାର ଅଜ୍ଞାତ ଆକ୍ରମଣକାରୀମାନେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମୌଲାନା ରହିମୁଲ୍ଲା ତାରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଭାରତ ବିରୋଧୀ ରାଲିରେ ଭାଗ ନେବାକୁ ଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ତାରିକ ଜୈଶ ମୁଖ୍ୟ ମସୂଦ ଅଜହରଙ୍କ ନିକଟତର ବୋଲି କୁହାଯାଉଛି।

Share