Categories: ଜାତୀୟ

ଦିଲ୍ଲୀକୁ ଚାରିପଟୁ ବନ୍ଦ କରି ଦିଅନ୍ତୁ: ଅଭୟ ଚୌତାଲା

ଚଣ୍ଡିଗଡ଼, ୪।୫: ଆଇଏନଏଲଡି ନେତା ତଥା ବିଧାୟକ ଅଭୟ ସିଂ ଚୌତାଲା ଯନ୍ତରମନ୍ତରରେ ଧାରଣାରେ ବିସିଥିବା ରେସଲର୍‌ମାନଙ୍କୁ ସମର୍ଥନ କରିଛନ୍ତି। ରୋହତକରେ ଏକ ଗଣମାଧ୍ୟମ ସମ୍ମିଳନୀ କରି ଚୌତାଲା କହିଛନ୍ତି, ଏ ପ୍ରସଙ୍ଗରେ ବୈଠକ ଡକାଇ ବଡ ନିଷ୍ପତ୍ତି ନିଆଯିବା ଉଚିତ୍‌। ଯାହାଫଳରେ ରାଜ୍ୟର ମହିଳାମାନେ ନ୍ୟାୟ ପାଇପାରିବେ। ଏଥିସହ ଚୌତାଲା ହରିୟାଣାର ଭାଜପା ଏବଂ ଜେଜେପି ମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଥିଲେ।
ଚୌତାଲା କହିଛନ୍ତି ଯେ, ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ଜଣେ ଭାଜପା ସାଂସଦ, ତେଣୁ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା କରୁଛନ୍ତି। ତେବେ ରାଜ୍ୟର ମହିଳାଙ୍କୁ ନ୍ୟାୟ ଦେବାକୁ ହେଲେ ଏକ ବଡ଼ ଯୁଦ୍ଧ ଲଢିବାକୁ ପଡ଼ିବ। ଏହା ସେମାନଙ୍କ ପାଇଁ  ସମ୍ମାନର ବିଷୟ। ତେଣୁ ସବୁ ରାଜନୈତିକ ଦଳ ଏକାଠି ହୋଇ ବୈଠକ ଡାକି ନିଷ୍ପତ୍ତି ନେବା ଉଚିତ୍‌। ଆଉ ଦିଲ୍ଲୀକୁ ଚାରିପଟୁ ବନ୍ଦ କରିଦିଅନ୍ତୁ।
ଚୌତାଲା ଆହୁରି କହିଛନ୍ତି ଯେ, ମଧ୍ୟରାତ୍ରିରେ ଯନ୍ତରମନ୍ତରରେ ରେସଲର୍‌ଙ୍କ ପ୍ରତି ଯେପରି ବ୍ୟବହାର କରାଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ। ଚୌତାଲା ଖେଳାଳିଙ୍କ ସହ ମଧ୍ୟ କଥାବାର୍ତ୍ତା ହେବେ ବୋଲି କହିଛନ୍ତି। କଂଗ୍ରେସ ଉପରେ କଟାକ୍ଷ କରି କହିଛନ୍ତି ଯେ, ଜନ୍ତର ମନ୍ତରରେ ଖେଳାଳିଙ୍କ ସହ ଫଟୋ ଉଠାଇଲେ କିଛି ହେବ ନାହିଁ।

 

Share