ବନ୍ଦ କାରଖାନା ଖୋଲାଯାଉ

ଭୁବନେଶ୍ୱର,୨୩ା୬, (ଅନିଲ ଦାସ): ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଭାଜପା ସରକାର ଗଠନ ହୋଇଛି । ହେଲେ ସରକାର ଶ୍ରମିକମାନଙ୍କ ପ୍ରତି କୌଣସି ସକାରାତ୍ମକ ମନୋଭାବ ପୋଷଣ କରିନାହାନ୍ତି। ରାଜ୍ୟରେ ଅନେକ ଶହ ଛୋଟ ବଡ କାରଖାନା ବନ୍ଦହୋଇ ରହିଛି। ସରକାର ଆସିବା ପରେ ସେସବୁ କାରଖାନା ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସରକାର ଶ୍ରୀଜଗନ୍ନାଥ ମନ୍ଦିର ଦ୍ୱାର ଖୋଲିବା ନେଇ ଅଧିକ ତତ୍ପରତା ଦେଖାଇଛନ୍ତି । ଗତ ଦୁଇଦିନ ଧରି ଖାରବେଳ ନଗରସ୍ଥିତ ଶ୍ରମିକ ଭବନଠାରେ ସିଆଇଟିୟୁ ପକ୍ଷରୁ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ମତ ପ୍ରକାଶ ପାଇଛି।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଆଇଟିୟୁ ସର୍ବଭାରତୀୟ ସଭା ନେତ୍ରୀ କେ. ହେମଲତା କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ଗଠିତ ନୂତନ ଏନ୍‌ଡିଏ ସରକାର ଶ୍ରମିକମାନଙ୍କ ବିରୋଧରେ ହୋଇଥିବା ନିଷ୍ପତ୍ତିଗୁଡିକ ଉପରେ ବିଶଦ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ଗ୍ରହଣ କରିଥିବା ନବ ଉଦାରବାଦୀ ଅର୍ଥନୀତି ଫଳରେ ଦେଶର ସମସ୍ତ ଲାଭଜନକ ସରକାରୀ ସଂସ୍ଥାକୁ ଘରୋଇ କର୍ପୋରେଟରମାନଙ୍କ ହାତକୁ ଟେକିଦେବାର ଚକ୍ରାନ୍ତ ହୋଇଛି। ଠିକ୍‌ ସମୟରେ ନିଯୁକ୍ତିଦାତା ଶ୍ରମିକଙ୍କ ଇପିଏଫ୍‌ ପାଉଣା ଜମା ନ କଲେ ଯେଉଁ ହାରରେ ଜରିମାନା ଦେବାକୁ ଆଇନରେ ବ୍ୟବସ୍ଥା ଥିଲା, ତାହାକୁ ମୋଦିଙ୍କ ୩ୟ ପାଳି ସରକାର ଏକ ପଞ୍ଚମାଂଶ ହ୍ରାସ କରି ମାଲିକଙ୍କୁ ରକ୍ଷାକବଚ ଯୋଗାଇ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସରକାର ଶପଥ ନେବାର କିଛିଦିନ ନ ଯାଉଣୁ ବାଲେଶ୍ୱରରେ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି ହୋଇଛି। ସିଆଇଟିୟୁ ରାଜ୍ୟ କମିଟି ଏଥିରେ ଘୋର ଉଦ୍‌ବେଗ ପ୍ରକାଶ କରିଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବାକୁ ନିବେଦନ କରିଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବନ୍ଦ ଥିବା କାରଖାନା ଚଲାଇବା, ଘରୋଇକରଣ ବନ୍ଦ କରିବା, ଶ୍ରମିକଙ୍କ ମଜୁରି ୨୬ ହଜାର କରିବା, ସ୍ଥାୟୀ କାର୍ଯ୍ୟରେ ଠିକା ନିଯୁକ୍ତି ବନ୍ଦ କରିବା, ସମାନ କାମକୁ ସମାନ ମଜୁରି, ଶ୍ରମ ବୋର୍ଡ ବାତିଲ କରିବା, ସ୍ବାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ଲାଗୁ ନ କରିବା, ଅବସର କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେବା ଆଦି ୧୫ ଦଫା ଦାବି କରାଯାଇଛି। ଏହି ଦାବିପତ୍ର ଆସନ୍ତା ଜୁଲାଇ ୧୧ରେ ସମସ୍ତ ଜିଲାର ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ଓ ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର,୨୩।୨: ରାଜ୍ୟରେ ତାତି ବଢ଼ିବା ବେଳେ ଝଡ଼ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଦେଇଛା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି...

ପୁଣି ପଳାସୁଣୀ ଛକ ନେଲା ମୁଣ୍ଡ: ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ତିନି ଟ୍ରକ୍

ଭୁବନେଶ୍ୱର, ୨୩।୨: ଏକ ଦୁଃଖଦ ଘଟଣାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ପଳାସୁଣୀ ଛକରେ ତିନୋଟି ଟ୍ରକ୍ ଜଣେ ଉପରେ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।...

୩ ଦିନିଆ ୟୁପି ଗସ୍ତରେ ମୁଖ୍ୟମନ୍ତ୍ରୀ: ପ୍ରୟାଗରାଜ କୁମ୍ଭମେଳାରେ ବୁଡ଼ ପକାଇବେ

ଭୁବନେଶ୍ୱର, ୨୩।୨: ରବିବାରଠାରୁ ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରିବେ। ସୂତ୍ର...

ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ...

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ,୨୩।୧(ରତନ ନାୟାର): ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ...

ଏନ୍‌ଇପିର ଭାଷା ନୀତିକୁ ନେଇ ବିବାଦ

କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ରେ ବିଦ୍ୟାଳୟଗୁଡ଼ିକରେ ୩ ଭାଷା ନୀତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ରାଜ୍ୟରେ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାକୁ ପ୍ରଥମ...

KIIT ଜମି….,ଜବରଦଖଲ ଜମିକୁ ଅବରୋଧମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ହେବ: ମନ୍ତ୍ରୀ ହରିଚନ୍ଦନ

ଭୁବନେଶ୍ୱର,୨୩ା୨(ସୁନିତ୍‌ ମିଶ୍ର): କିଟ୍‌ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି...

ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ

ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image