ବନ୍ଦ ଗୋରୁହାଟ, କାଞ୍ଜିଆହୁଦା କାର୍ଯ୍ୟକ୍ଷମ କରାଯାଉ

କଟକ,୧୧ା୧(କାର୍ତ୍ତିକ ସାହୁ) ବନ୍ଦ ପଡ଼ିଥିବା ଗୋରୁହାଟ ଏବଂ କାଞ୍ଜିଆହୁଦାଗୁଡିକୁ କାର୍ଯ୍ୟକ୍ଷମ କରାଇ ଚାଷୀଙ୍କ ଆୟବୃଦ୍ଧି କରିବାକୁ ଓଡ଼ିଶା କୃଷକ ସଭା କଟକ ଜିଲା କମିଟି ପକ୍ଷରୁ ଦାବି କରାଯାଇଛି।

୧୦ ଦିନ ତଳେ ଜିଲାପାଳ ଓ ଉପଜିଲାପାଳଙ୍କୁ ଦାବି ସମ୍ପର୍କରେ ଆଲୋଚନା କରି ଓଡ଼ିଶା କୃଷକ ସଭା ପକ୍ଷରୁ ଅନୁଷ୍ଠିତଏକ ବୈଠକରେ ଅନୁରୋଧ କରାଯାଇଥିଲା। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗୁରୁବାର କୃଷକ ସଭା ତରଫରୁ ବିକ୍ଷୋଭ କରାଯାଇଛି। ଏଥିରେ ସିପିଆଇ(ଏମ୍‌) କଟକ ଜିଲା ସମ୍ପାଦକ ବଦ୍ରିନାରାୟଣ ଦାଶ, କୃଷକ ସଭାର ଜିଲା ଉପସଭାପତି ବିଷ୍ଣୁ ବେହେରା, ଜିଲା ସମ୍ପାଦକ ଡମ୍ବୁରୁଧର ସାହୁ, ଟାଙ୍ଗୀ-ଚୌଦ୍ୱାର ବ୍ଲକ ସଭାପତି ରମେଶ ବେହେରା, ସମ୍ପାଦକ ମହେନ୍ଦ୍ର ବେହେରା, ଯୁବନେତା ରଶ୍ମିରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ରୁ ନୂଆ ପାଠପଢ଼ା: ଘରକୁ ଯାଇ ନିମନ୍ତ୍ରଣପତ୍ର ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୮ା୩(ସନ୍ତୋଷ ପାଢ଼ୀ): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ନାମଲେଖା ନିମନ୍ତେ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରାଯାଉଛି।...

ପୂରଣ ହେଉନି ଟ୍ୟାପ୍‌ରେ ପାଣି ପାଇବା ସ୍ବପ୍ନ

ଝାରସୁଗୁଡ଼ା,୨୮।୩(ଆଶିଷ ରଞ୍ଜନ ଦାଶ): ପ୍ରତ୍ୟେକ ପରିବାର ନିକଟରେ ୨୦୨୪ ଶେଷ ସୁଦ୍ଧା ଟ୍ୟାପ ଯୋଗେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ସରକାର ଘୋଷଣା କରିଥିଲେ।...

ଡିଏସ୍‌ସିର ହେଉଛି ଅପବ୍ୟବହାର

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): ଅନୁନ୍ନତ ଅଞ୍ଚଳରେ ଶିକ୍ଷାର ଅଭାବ ଥିବା ଜନପ୍ରତିନିଧି ଓ ଅଙ୍କୁଶ ନ ଥିବା ସରକାରୀ ବ୍ୟବସ୍ଥା ଭିତରେ କୋଟି କୋଟି ଟଙ୍କାର...

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି।...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ...

ହାତୁଡ଼ିରେ ପିଟି ବାପାଙ୍କୁ ହତ୍ୟା କଲେ ପୁଅ

ଫୁଲବାଣୀ/ଫିରିଙ୍ଗିଆ,୨୭ା୩(ରାକେଶ କୁମାର ରାଉତ/ବିମଳ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟଛି। ବାପା ଡକେଣା ଦିଗାଲଙ୍କୁ...

ପୁଅ ମୃତ୍ୟୁ ପଛରେ ବାପାଙ୍କ ହାତ: ସାଂଘାତିକ ଅଭିଯୋଗ ଆଣିଲେ ମା’

ଫୁଲବାଣୀ,୨୭।୩(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ସାହିରେ ଜଣେ ନାବାଳକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ସେ ହେଲେ ଅଭିଜିତ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image