Categories: ମେଟ୍ରୋ

ୟୁନିଟ୍‌-୪ ହାଟ ବନ୍ଦ

ଭୁବନେଶ୍ୱର,୧୭।୭: ଭୁବନେଶ୍ୱର ନୟାପଲ୍ଲୀର ସୀତାପୁର ବସ୍ତିରେ କୋଭିଡ୍‌ ସଂକ୍ରମଣ ବ୍ୟାପକ ହେବାରୁ ଜନସାଧାରଣଙ୍କ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ସମଗ୍ର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହୋଇଛି। ବସ୍ତି ନିକଟରେ ଥିବା ଡକ୍ଟର ମିଲନ ପାଲିତଙ୍କ ଘରଠାରୁ ସୀତାପୁର ବସ୍ତି ପର୍ଯ୍ୟନ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଭାବେ ବିଏମ୍‌ସି ଘୋଷଣା କରିଛି। ଉକ୍ତ ଅଞ୍ଚଳରେ ବର୍ତ୍ତମାନ ସମସ୍ତ ଦୋକାନ ଓ ଅନୁଷ୍ଠାନ ବନ୍ଦ ରହିଛି। ସେହିପରି ନୟାପଲ୍ଲୀ ତ୍ରିନାଥ ବସ୍ତି ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷିତ ହୋଇଛି। ତ୍ରିନାଥ ବସ୍ତି ଅଧୀନରେ ଥିବା ଅଞ୍ଚଳଗୁଡ଼ିକ ହେଉଛି ଅଳକାବାଦ ବ୍ୟାଙ୍କରୁ ଦୁର୍ଗାମଣ୍ଡପ ପାଦୁଆ, ଦୁର୍ଗାମଣ୍ଡପ ପାଦୁଆଠାରୁ ତାରିଣୀ ମନ୍ଦିର ଓ କବାଡିଆ ଦୋକାନ ଏବଂ ନାବାର୍ଡର ପଛପଟୁ ତାରିଣୀ ମନ୍ଦିର ଯାଏ ଅଞ୍ଚଳ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳରେ ଏବେ ସମସ୍ତ ସେବା ବିଏମ୍‌ସି ଯୋଗାଇବ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ସେହିପରି ୟୁନିଟ୍‌-୪ ହାଟ ଏବଂ ଏହାର ପାର୍ଶ୍ୱ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ଥିବା ଦୋକାନଗୁଡ଼ିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Share