ନ୍ୟୁୟର୍କ,୧୭।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ମିଳିତ ଭାବରେ ଏକ ସୋଲାର ଅର୍ବିଟର ପଠାଇଥିଲେ। ଯାହା ସୂର୍ଯ୍ୟଙ୍କ ଅତି ନିକଟରୁ ଫଟୋ ଉଠାଇଛି। ପ୍ରଥମଥର ପାଇଁ ସୂର୍ଯ୍ୟଙ୍କ ଏହା ଅତି ନିକଟତମ ଫଟୋ ବୋଲି ନାସା ଦାବି କରିଛି। ସୋଲାର ଅର୍ବିଟର ଏହି ଫଟୋଗୁଡିକୁ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟବର୍ତ୍ତୀ ଭାଗରେ ନେଇଛି। ଏବେ ଏହି ଫଟୋଗୁଡିକ ସହାୟତାରେ ନାସା ବୈଜ୍ଞାନିକମାନେ ସୂର୍ଯ୍ୟ ବିଷୟରେ ଅଦତ୍କ ଅଧ୍ୟନ କରୁଛନ୍ତି। ସୂଚନାଯୋଗ୍ୟ, ନାସା ସୋଲାର ଅର୍ବିଟର ଚଳିତବର୍ଷ ଫେବୃୟାରୀରେ ଲଞ୍ଚ୍ କରିଥିଲା। ସୋଲାର ଅର୍ବିଟର ଫଟୋଗୁଡିକୁ ସୂର୍ଯ୍ୟଠାରୁ ପ୍ରାୟ ୭.୭୦ କୋଟି କିମି ଦୂରରୁ ନେଇଛି। ଏନେଇ ନାସା ପକ୍ଷରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି।