‘ଜାତୀୟ ଭାବନାକୁ ଆଘାତ ଦେଉଥିବା ପୋଷାକ ହେବ ବ୍ୟାନ’

ବେଜିଂ,୧୮ା୯: ଯେଉଁ ପୋଷାକ ଜାତୀୟ ଭାବନାକୁ ଆଘାତ ଦେଇଛି ତାହା ଶୀଘ୍ର ଚାଇନାରେ ନିଷିଦ୍ଧ କରାଯିବ। ପ୍ରସ୍ତାବିତ ଆଇନରେ ଦର୍ଶାଯାଇଛି ଯେ, ଉଭୟ ବକ୍ତବ୍ୟ ଏବଂ ପୋଷାକ ‘ଚାଇନା ଲୋକଙ୍କ ଆତ୍ମା ପାଇଁ କ୍ଷତିକାରକ’ କିମ୍ବା ଜାତୀୟ ଭାବନାକୁ ଆଘାତ ଦେଇଥାଏ ବୋଲି ଜରିମାନା ହେବ। ଏପରିକି ଜେଲ୍‌ ମଧ୍ୟ ହୋଇାରେ ବୋଲି ଶି’ ଜିନ୍‌ପିଙ୍ଗ୍‌ କହିଛନ୍ତି। ଯଦିଓ ନୂତନ ନିୟମ ଦ୍ୱାରା କେଉଁ ପ୍ରକାରର ପୋଷାକ ନିଷେଧ ହେବ ତାହା ଆଇନରେ ସ୍ପଷ୍ଟ ହୋଇନାହିଁ।

ନିଷ୍ପତ୍ତି ନେବାର ଅଧିକାର କାହା ପାଖରେ ଅଛି ଏବଂ କିପରି ବିଚାର କରାଯିବ ତାହା ସ୍ଥିର କରିବା ପାଇଁ ଅଧିକ ସମୟ ଆବଶ୍ୟକ ହୋଇପାରେ ଏବଂ ଏହିପରି ପ୍ରସ୍ତାବକୁ ଆଗକୁ ନେବା ପୂର୍ବରୁ ଆମକୁ ପରିପକ୍ୱ ବିଚାର ମାନଦଣ୍ଡ ପ୍ରତିଷ୍ଠା ଆବଶ୍ୟକ ବୋଲି ଜଣେ ୨୩ ବର୍ଷୀୟ ବେଜିଂ ବାସିନ୍ଦା କହିଛନ୍ତି।

ପୋଷାକ ସମସ୍ତଙ୍କ ନିଜ ପସନ୍ଦ ଏବଂ ସ୍ବାଧୀନତା, କିନ୍ତୁ ଯଦି କୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ ଦିନରେ ଏକ ନିର୍ଦ୍ଦିଷ୍ଟ ପ୍ରତିମୂର୍ତ୍ତି ସାମ୍ନାରେ ଅପମାନଜନକ ପଦକ୍ଷେପ ନିଅନ୍ତି ଏବଂ ଏକ ବିଶେଷ ପୋଷାକ ପିନ୍ଧନ୍ତି, ତେବେ ଏପରି ଆଚରଣ ଉଦ୍ଦେଶ୍ୟରେ ଶତପ୍ରତିଶତ ଅଟେ ଏବଂ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ ବୋଲି ଶି’ ଜିନ୍‌ପିଙ୍ଗ୍‌ କହିଛନ୍ତି।

Share