Categories: ଫୁରସତ

ପୋଷାକ ବି, ଚେୟାର ବି

ଏହା ଖାଲି ଏକ ପୋଷାକ ନୁହେଁ, ଚାହିଁଲେ ଏହାକୁ ଜଣେ ଚେୟାର୍‌ଭାବେ ମଧ୍ୟ ବ୍ୟବହାର କରିପାରିବେ। ଧଳା କଳା ରଙ୍ଗର ଏହି ପୋଷାକ ସହ ଏକ ସ୍ବତନ୍ତ୍ର ଯୋଡ଼ା ଜୋତା ବି ପିନ୍ଧିବାକୁ ହୁଏ। ଜୋତାକୁ ପିନ୍ଧି ଚାଲିବା ସହ ପୋଷାକ ଭିତରକୁ ପବନ ପମ୍ପ ହୋଇଥାଏ। ଆଉ ପୋଷାକଟି ବେଲୁନ୍‌ ପରି ଫୁଲିଥାଏ। ଫଳରେ ଏହାକୁ ଏକ ବିନ୍‌ ବ୍ୟାଗ୍‌ ପରି ବ୍ୟବହାର କରି ତା’ ଉପରେ କିଛି ସମୟ ବସି ବିଶ୍ରାମ ନେଇ ହେବ। ପୋଷାକ ପିନ୍ଧିଥିବା ମହିଳାଙ୍କ ଶରୀରର ଓଜନ ଯେତେ ଅଧିକ ହେବ ସେତେ ଶୀଘ୍ର ପବନ ପୋଷାକରୁ ବାହାରି ପୁଣିଥରେ ସାଧାରଣ ପୋଷାକ ପାଲଟିଯିବ। ତେଣୁ ଏହାକୁ ମର୍ନିଂ ଓ ଇଭନିଂ ଓ୍ବାକ୍‌ ବେଳେ ପିନ୍ଧିକି ଗଲେ ଓ୍ବାକ୍‌ ସହିତ ବିଶ୍ରାମ ବି ନେଇପାରିବେ।

Share