Categories: ଜାତୀୟ

‘ଓମିକ୍ରନରୁ ବର୍ତ୍ତିବା ପାଇଁ କପଡ଼ା ମାସ୍କ ସୁରକ୍ଷିତ ନୁହେଁ’

ନୂଆଦିଲ୍ଲୀ, ୨୩ା୧୨: କରୋନାର ଦ୍ରୁତ ସଂକ୍ରାମକ ଭାରିଆଣ୍ଟ ଓମିକ୍ରନରୁ ବର୍ତ୍ତିବା ପାଇଁ କପଡ଼ା ମାସ୍କ ସୁରକ୍ଷିତ ନୁହେଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ମିଶ୍ରିତ ମାଟେରିଆଲର ଡବଲ କିମ୍ବା ଟ୍ରିପଲ ଲେୟର ଥିବା ମାସ୍କ ପ୍ରଭାବୀ ହୋଇପାରେ ବୋଲି ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ଟ୍ରିଶ୍‌ ଗ୍ରୀନ୍‌ହାଲ୍‌ଗ କହିଛନ୍ତି।

ଅଧିକାଂଶ ମାସ୍କରେ ଉପଯୁକ୍ତ ଫାବ୍ରିକ ବଦଳରେ ଫ୍ୟାଶନକୁ ଗୁରୁତ୍ୱ ଦିଆଯାଉଛି। ସେଥିରେ ମାତ୍ର ଗୋଟିଏ ଲେୟର ରହୁଛି। ଅଧିକାଂଶ କପଡ଼ା ମାସ୍କର ଗୁଣବତ୍ତା ନିମ୍ନଧରଣ ଦେଖାଯାଉଛି। ତେଣୁ ଏଭଳି ମାସ୍କ ଦ୍ୱାରା ଓମିକ୍ରନଠାରୁ ସୁରକ୍ଷା ପାଇବା କଷ୍ଟକର ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ମାସ୍କ ଦ୍ୱାରା ନାକ ଓ ପାଟିକୁ ଭଲ ଭାବେ ଘୋଡ଼ାଇ ରଖିବା ଜରୁରୀ। ଏନ୍‌୯୫ ମାସ୍କ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ତାହା ବାସ୍ତବରେ ୯୫ ପ୍ରତିଶତ କଣିକାକୁ ଫିଲ୍ଟର କରିପାରୁଛି।

Share