Categories: ଜାତୀୟ

ନୈନିତାଲରେ ବାଦଲ ଫଟା ବର୍ଷା: ବନ୍ୟାରେ ୧୭ ମୃତ

ହରିଦ୍ୱାର,୧୯ ।୧୦: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଏହାରି ଭିତରେ ନୈନିତାଲରେ ବାଦଲ ଫଟା ବର୍ଷା ହୋଇଥିବା ଜଣାପଡିଛି । ରାମଗଡ଼ରେ ମଙ୍ଗଳବାର ସକାଳେ ବାଦଲ ଫାଟିବା ଫଳରେ ରାମନଗର ସମେତ ଆଉ କିଛି ଅଞ୍ଚଳରେ ପାଣି ଜମା ହୋଇ ଯାଇଥିଲା । ଯେଉଁଥିରେ ଶହ ଶହ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ କଥା ହୋଇଛନ୍ତି । ଏହାସହ ରାଜ୍ୟରେ ଆସିଥିବା ବନ୍ୟାରେ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବାଦଲ ଫାଟିବାରୁ ଅନେକ ସ୍ଥାନରେ ମାଟି କାଦୁଅ ଜମା ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ଯାହା ଭିତରେ ଲୋକେ ପୋତି ହୋଇପଡିଥିବା କୁହାଯାଉଛି । ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି ।

Share