Categories: ଜାତୀୟ

କୁଲୁରେ ବାଦଲ ଫଟା ବର୍ଷା, ଶିମଲାରେ ଭୂସ୍ଖଳନ…

ଶିମଲା, ୬।୭ : ହିମାଚଳ ପ୍ରଦେଶରେ ପାଣିପାଗ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହାକୁ ଯୋଗୁ ଧନଜୀବନ କ୍ଷତି ଘଟିବା ଆରମ୍ଭ ହୋଇଛି। ବାଦଲ ଫଟା ଯୋଗୁ କୁଲୁରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅନେକ ଘର ଓ ବ୍ରିଜ ଧୋଇ ହୋଇଯାଇଛି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି।

ଅପରପକ୍ଷରେ ଶିମଲାରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସକାଳ ପ୍ରାୟ ୬ ସୟମରେ ଚଲାଲ ପଞ୍ଚାୟତର ଚୋଜ ଗାଁରେ ଏକ ମେଘୁଆ ଘର ନଷ୍ଟ ହୋଇଯାଇଥିଲା। ବୁଧବାର କୁଲୁ ଜିଲାର ଛୋଝ ଗାଁରେ ବାଦଲ ଫଟା ବର୍ଶା ଆରମ୍ଭ ହୋଇଥିଲା। ବର୍ଷ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ବନ୍ୟାରେ ଚାରି ଜଣ ଭାସି ଯାଇଛନ୍ତି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯାଇଛି କିନ୍ତୁ ଭୂସ୍ଖଳନ ଯୋଗୁ ସେମାନେ ମଝି ରାସ୍ତାରେ ଅଟକି ରହିଛନ୍ତି। କୁଲୁ ଜିଲା ଜରୁରୀକାଳୀନ ଅପରେଶନ ସେଣ୍ଟରରୁ ମିଳିଥିବା ସୂଚନା ଅନୁସାରେ ଚଲାଲ ପଞ୍ଚାୟତର ଛୋଝ ଗ୍ରାମରେ ହୋଇଥିବା ପ୍ରବଳ ବର୍ଷା ହୋଇଥିବା ବନ୍ୟାରେ ୬ ଜଣ ଲୋକ ନିଖୋଜ ଅଛନ୍ତି। ବନ୍ୟାରେ ପାଞ୍ଚଟି ଗୋରୁ ଭାସି ଯାଇଛନ୍ତି। କେତେକ ବ୍ରିଜ୍‌ ମଧ୍ୟ ବନ୍ୟାରେ ଭାସି ଯାଇଛି।

Share