Categories: ଜାତୀୟ

ଦିଲ୍ଲୀରେ କୃତ୍ରିମ ବର୍ଷାକୁ ନେଇ କେଜ୍‌ରିଓ୍ବାଲ ସରକାରଙ୍କ ନିଷ୍ପତ୍ତି, ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୯।୧୧: ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍‌ରିଓ୍ବାଲ ସରକାର କୃତ୍ରିମ ବର୍ଷା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ଶୁକ୍ରବାର ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ପକ୍ଷ ରଖିବାକୁ କୁହାଯାଇଛି। ଏଥିସହ ଦିଲ୍ଲୀ ସରକାର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଅଛନ୍ତି। ଦିଲ୍ଲୀ ସରକାର କହିଛନ୍ତି, ଯଦି କେନ୍ଦ୍ର ସମର୍ଥନ କରେ ତେବେ ୨୦ ନଭେମ୍ବର ସୁଦ୍ଧା ଦିଲ୍ଲୀରେ ପ୍ରଥମ କୃତ୍ରିମ ବର୍ଷା କରାଯାଇପାରିବ। କୃତ୍ରିମ ବର୍ଷା ଯୋଗାଇବା ପାଇଁ ଦିଲ୍ଲୀ ସରକାର ଆଇଆଇଟି କାନପୁର ନିକଟକୁ ଯାଇଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ଯାହା ଫଳରେ ସରକାର କୃତ୍ରିମ ବର୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି।

 

Share