Categories: ଜାତୀୟ

ପୁଣିଥରେ ଜମ୍ମୁ-କଶ୍ମୀରରେ ବାଦଲ ଫଟା ବର୍ଷା, କାଦୁଅ ପାଣିରେ ବୋହିଗଲା ଅନେକ ଗାଡି

ନୂଆଦିଲ୍ଲୀ,୯ ।୭: ଜମ୍ମୁ-କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ସନନ୍ଧ୍ୟାରେ ହୋଇଥିବା ବାଦଲ ଫଟା ବର୍ଷାରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୪୦ ଜଣ ନିଖୋଜ ଥିବା କୁହାଯାଉଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ପୁଣି ଅର୍ଥାତ୍ ଶନିବାର ଭୋର ପ୍ରାୟ ୪ଟା ସମୟରେ ଆଉ ଥରେ ବାଦଲ ଫଟା ବର୍ଷା ହୋଇଛି । ଏହି ବାଦଲ ଫଟା ବର୍ଷାରେ ଠଠରୀର ଠଠରୀ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଉଥିବା ବେଳେ ଅଧିକାଂଶ ଗାଡି ପାଣି କାଦୁଅରେ ଖେଳନା ଭଳି ଭାସି ଯାଇଥିବା ଦେଖାଯାଇଛି । ଆଇଟିପିବି ଯବାନଙ୍କ ଦ୍ୱାରା ପୂର୍ବରୁ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Share