ସୋରଡ଼ା,୯ା୧୨(ଡି.ଏନ୍.ଏ.): ଦୁଇଦିନ ହେଲା ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ମେଘୁଆ ପାଗକୁ ପ୍ରବଳ ଶୀତ ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅପରାହ୍ନ ପରଠାରୁ ରାସ୍ତାଘାଟ ଏକପ୍ରକାର ଶୂନଶାନ ହୋଇପଡୁଛି। ବ୍ଲକର ୨୬ ପଞ୍ଚାୟତର ଲୋକମାନେ ସୋରଡ଼ା ବଜାର ଉପରେ ନିର୍ଭର କରୁଥିବା ବେଳେ ଏହି ୨/୩ ଦିନ ହେବ ଥଣ୍ଡା ପ୍ରକୋପରେ କେହି ବଜାର ଆସୁନାହାନ୍ତି। ଅନ୍ୟପକ୍ଷରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସୋରଡ଼ା ଅଞ୍ଚଳରେ ଧାନକଟା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଦେଖାଯାଇଛି।