Advertisement

କର୍ଲାମୁଣ୍ଡା,୨୬ା୭(ପ୍ରଦୀପ କୁମାର ସାହୁ): ଏବର୍ଷ ବର୍ଷା ବିଳମ୍ବରେ ହୋଇଥିଲେ ହେଁ ବର୍ତ୍ତମାନ ଚାରିଆଡ଼େ ପଲ୍ଲା ରୁଆ, ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଟ୍ରାକ୍ଟର,ପାଓ୍ବାରଟିଲର ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି। ଲୁପ୍ତ ପ୍ରାୟ ହଳ ଲଙ୍ଗଳ କାଁ ଭାଁ କେଉଁଠି କେମିତି ଦେଖିବାକୁ ମିଳୁଛି। କାରଣ ହଳେ ବଳଦର ପ୍ରତିପୋଷଣ ଖର୍ଚ୍ଚ ବର୍ଷକୁ ପ୍ରାୟ ୫ରୁ ୭ ଏକର ଜମିରେ ଅମଳ ହେଉଥିବା ଧନର ଲାଭାଂଶର ମୂଲ୍ୟଠାରୁ ମଧ୍ୟ ଅଧିକ। ତେଣୁ ବର୍ତ୍ତମାନ ଚାଷୀ ଆଉ ଏଣିକି ବଳଦ ରଖିବାକୁ ପସନ୍ଦ କରୁନାହାନ୍ତି। ଧୀରେ ଧୀରେ ହଳ ଲଙ୍ଗଳର ବ୍ୟବହାର କମିଆସୁଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତ ଅଧୀନ ଗ୍ରାମର ଅନ୍ତର୍ଜାତୀୟ ଯୁବ ବାଲୁକା ଶିଳ୍ପୀ ଓମ୍‌ ପ୍ରକାଶ ସାହୁ ବାଲୁକା କଳା ମାଧ୍ୟମରେ ଚାଷୀ ହଳ କରୁ ଥିବାର ଦୃଶ୍ୟକୁ ନିଖୁଣ ଭାବରେ ଅଙ୍କନ କରି ଚାଷୀକୁ ପ୍ରୋତ୍ସାହିତ କରିବାକୁ ଉଦ୍ୟମ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share