ପୁରୁଷୋତ୍ତମପୁର,୨୮ା୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗ ଶୋଳଘର କ୍ଲଷ୍ଟର ପକ୍ଷରୁ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ସିଆରସିସି ପ୍ରତାପଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ଷୋଳଘର ପଞ୍ଚାୟତ ସମିତି ସଭ୍ୟ ପ୍ରମୋଦ ମହାନ୍ତି, ଏବିଇଓ ରାଜ କିଶୋର ସାହୁ, ନାଏବ ସରପଞ୍ଚ ବିପିନ ମହାନ୍ତି, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ ବେହେରା, ହିଣ୍ଡୁଳୟ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦାନନ୍ଦ ବସନ୍ତିଆ ଯୋଗ ଦେଇଥିଲେ। ଯୋଜନାର ଲକ୍ଷ୍ୟ ଓ ଶିକ୍ଷାର ମାନ ଉପରେ ଗୁରୁତ୍ୱାରୋପ କରି ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମେଳାରେ ୭ଟି ସ୍କୁଲର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ।