ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି ନାହିଁ ସେନେଇ ଆଲୋଚନା କରାଯିବ। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି। ପିଲାର କାର୍ଯ୍ୟଦକ୍ଷତା ଆଧାରରେ ମୂଲ୍ୟାଙ୍କନ କରାଯାଉ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି, ଦ୍ୱାଦଶ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତିତ ଅଛନ୍ତି। ବିନା ଟିକାକରଣରେ ପରୀକ୍ଷା ନ ହେଉ ବୋଲି ଅଭିଭାବକ ଚାହୁଁଛନ୍ତି। ତେଣୁ କେଜରିଓ୍ବାଲ ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ରସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହ ଗତବର୍ଷ ପରୀକ୍ଷାରେ ପିଲାର ଦକ୍ଷତା ଆଧାରରେ ମୂଲ୍ୟାଙ୍କନ କରାଯାଉ ବୋଲି କେଜରିଓ୍ବାଲ କେନ୍ଦ୍ରକୁ ନିବେଦନ କରିଛନ୍ତି।

Share