କରୋନା ମହାମାରୀକୁ ନେଇ ସଚେତନ କରାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: କରୋନା ସଂକ୍ରମଣ ଏବେ ସାଧାରଣ ଜୀବନ ଜୀବିକା ଉପରେ ଖୁବ୍‌ ପ୍ରଭାବ ପକାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦିଲ୍ଲୀବାସୀଙ୍କୁ କରୋନା ମହାମାରୀଠାରୁ ଦୂରେଇ ରହିବାକୁ ସଚେତନା ସୃଷ୍ଟି କରିବେ ବୋଲି ଜଣାପଡିଛି। ବିଭିନ୍ନ ମାଧ୍ୟମରେ ଏବେ ୧କୋଟି ଲୋକଙ୍କ ମଧ୍ୟରେ କରୋନା ସଚେତନତା ବାର୍ତ୍ତା ପହଞ୍ଚାଇବେ କେଜରିଓ୍ବାଲ। ଏଥିପାଇଁ ସେ ରେଡ଼ିଓ, ଟେଲିଭିଜନ, ଆଉଟଡୋର ହୋର୍ଡିଂ, ଅନ୍‌ ଲାଇନ୍‌ ସଞ୍ଚାର ମାଧ୍ୟମରେ କରୋନାଠାରୁ ଦୂରେଇ ରହିବାର ବାର୍ତ୍ତା ପହଞ୍ଚାଇବେ। କିଛିଦିନ ହେବ ରାଜଧାନୀ ଦିଲ୍ଲୀରେ କରୋନା ନିୟନ୍ତ୍ରଣରେ ଥିବା କେଜରିଓ୍ବାଲ କହୁଥିବା ବେଳେ ଦିନକୁ ଦିନ କିନ୍ତୁ ସେଠାରେ ନୂଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଲୋକଙ୍କ ସଚେତନତା ଅଭାବରୁ ଏସବୁ ହେଉଥିବା ଦର୍ଶାଇ ଏବେ ନିଜେ କେଜରିଓ୍ବାଲ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

Share