Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ ଝଟକା: ମିଳିଲାନି ଜାମିନ, ଏତିକି ଯାଏ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନ୍ୟାୟିକ ହେପାଜତ ପୁଣି ଥରେ ବୃଦ୍ଧି କରାଯାଇଛି। ସିବିଆଇ ମାମଲାରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ବର୍ତ୍ତମାନ ସିଏମ କେଜ୍‌ରିଓ୍ବାଲଙ୍କୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ।

ସୂଚନାଯୋଗ୍ୟ , ଦିଲ୍ଲୀ ମଦ ନୀତି ସହ ଜଡିତ ସିବିଆଇ ମାମଲାରେ ସିଏମ କେଜ୍‌ରିଓ୍ବାଲଙ୍କ ହେପାଜତ ଅଗଷ୍ଟ ୨୭ରେ ଶେଷ ହେବାକୁ ଥିଲା। ଏହା ପରେ ଶୁଣାଣି ସମୟରେ କୋର୍ଟ ତାଙ୍କ ହେପାଜତକୁ ବୃଦ୍ଧି କରିଥିଲେ। କେଜ୍‌ରିଓ୍ବାଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।

ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ସିଏମ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ୨୧ ମାର୍ଚ୍ଚ ୨୦୨୪ ରେ ଗିରଫ କରିଥିଲା। ଏହା ପରେ ଜୁନ ୨୬ରେ ସିବିଆଇ ଗିରଫ କରିଥିଲା।
ଇଡି ଗିରଫ ମାମଲାରେ ସୁପ୍ରିମକୋର୍ଟ ଜୁଲାଇ ୧୨ ରେ ସିଏମ କେଜ୍‌ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏବେ ତାଙ୍କୁ ସିବିଆଇ ଗିରଫ ମାମଲାରେ ଜେଲରେ ରହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri