ଦିଲ୍ଲୀରେ ଲାଗୁ ହୋଇପାରେ ସାପ୍ତାହିକ ଲକ୍‌ଡାଉନ: କେଜରିଓ୍ବାଲ-ଏଲ୍‌ଜିଙ୍କ ବୈଠକ ଜାରି

ନୂଆଦିଲ୍ଲୀ,୧୫।୪: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ, ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ମଧ୍ୟ ନାହିଁ। କେବଳ ସେତିକି ନୁହେଁ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ମିଳୁ ନ ଥିବା ବେଳେ ଶ୍ମଶାନ ଘାଟ ବାହାରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ ଲାଗୁଛି। ଏହି ମହାସଙ୍କଟ ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପରାଜ୍ୟପାଳ ଅନିଲ ବୈଜଙ୍କ ମଧ୍ୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରେ ଖୁବ୍‌ଶୀଘ୍ର ସାପ୍ତାହିକ ଲକ୍‌ଡାଉନ ଲାଗୁ ହୋଇପାରେ। ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗୁଡ଼ୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଦିନ ଗୋଟାଏରେ କେଜିରିଓ୍ବାଲ ଗଣମାଧ୍ୟମ ସମ୍ମିଳନୀ କରିବେ।

Share