କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ପ୍ରତିଦିନ କାହାକୁ ନା କାହାକୁ ତା’ କବଳକୁ ନେଉଛି। ସାରା ବିଶ୍ୱରେ ପ୍ରତିଦିନ କରୋନା ସଂକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ମଧ୍ୟ ଖରାପ ରହିଛି। ଏହି ଅଦୃଶ୍ୟ ଯୁଦ୍ଧରେ ଲଢେଇ କରି ପ୍ରାଣ ହରାଉଥିବା କରୋନା ଯୋଦ୍ଧାଙ୍କ ପାଇଁ ଦିଲ୍ଲୀ ସରକାର ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଦିଲ୍ଲୀରେ କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିଲେ ସଫେଇ କର୍ମଚାରୀ ରାଜୁ। ଶେଷରେ କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କ ଘରେ ପହଞ୍ଚି ରାଜୁଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହ ୧ କୋଟି ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି। ଏହାପରେ କେଜରିଓ୍ବାଲ ଟୁଇଟ୍‌ କରି ଜଣାଇଛନ୍ତି କି କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜି ଅନ୍ୟର ଜୀବନ ବଞ୍ଚାଇ ନିଜେ ଜୀବନ ଯୁଦ୍ଧରେ ହାରି ଯାଇଥିବା ସଫେଇ କର୍ମଚାରୀ ରାଜୁଙ୍କୁ ନେଇ ଆମେ ଗର୍ବ କରୁ। ତେଣୁ ତାଙ୍କ ପରିବାରକୁ ସହଯୋଗ କରିବା ଆମର କର୍ତ୍ତବ୍ୟ ବୋଲି କେଜରିଓ୍ବାଲ କହିଛନ୍ତି।

Share