Categories: ଜାତୀୟ

ମନୀଷ ସିସୋଡିଆଙ୍କ ପରିବାରକୁ ଭେଟିବା ପରେ ସଞ୍ଜୟ ସିଂଙ୍କ ବାସଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। କୋର୍ଟ ଅନୁମତି ଦେବା ପରେ ଶନିବାର ସିସୋଡିଆ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ।

ମନୀଷ ସିସୋଡିଆଙ୍କ ପରିବାର ପରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ମନ୍ତ୍ରୀ ଆତିଶୀଙ୍କ ବାସଭବନରୁ ବାହାରି ଏଏପି ଏମ୍‌ପି ସଞ୍ଜୟ ସିଂଙ୍କ ବାସଭବନରେ ପହଞ୍ଚିଛନ୍ତି। ଅକ୍ଟୋବର ୪ରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିଲା।

 

Share