Categories: ଜାତୀୟ

ଦେଶରେ ଭୟର ବାତାବରଣ: କେଜରିଓ୍ବାଲ

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କ ଗିରଫ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲ। ସେ କହିଛନ୍ତି ଏବେ ଦେଶରେ ଭୟର ବାତାବରଣ ଅଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛି ଯେ ଇଡି ଏବଂ ସିବିଆଇ ଅନେକ ଥର ଚଢାଉ କରିଥିଲେ। ଅନୁସନ୍ଧାନକାରୀ ସଂସ୍ଥା କିଛି ପାଇଲେ ନାହିଁ। ସେ କହିଛନ୍ତି ଯେ ବିରୋଧୀଙ୍କୁ ଦମନ କରିବା ପାଇଁ ଭାଜପା ଏବଂ କେନ୍ଦ୍ର ସରକାର ଷଡଯନ୍ତ୍ର କରୁଛନ୍ତି।
ଶୁକ୍ରବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଭୟଭୀତ ହେବାକୁ ଚେଷ୍ଟା କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରାଯାଉଛି। କେବଳ ରାଜନେତା ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ଟାର୍ଗେଟ କରୁଛନ୍ତି। ଶିଳ୍ପରେ ମଧ୍ୟ ଭୟର ବାତାବରଣ ରହିଛି। ଭୟର ବାତାବରଣ ଶେଷ ହେବା ଉଚିତ। କେନ୍ଦ୍ର ସରକାର ଏବଂ ଭାଜପା ଅନେକ ତଦନ୍ତ କରିଛନ୍ତି। ଅନୁସନ୍ଧାନରେ କିଛି ମିଳିଲା ନାହିଁ।

Share