ଜୟପୁର,୨୦ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ୩ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଗେହଲଟ ଏମାନଙ୍କ ଇସ୍ତଫା ପତ୍ର ଗହଣ କରି ନେଇଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଡେଟାସା, ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା । ସୂଚନାଯୋଗ୍ୟ, ଶୁକ୍ରବାର ଏହି ୩ ମନ୍ତ୍ରୀ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଇସ୍ତଫା ଦେବା କଥା ଉଠାଇଥିଲେ । ଏମାନେ ଜଣେ ବ୍ୟକ୍ତି ଜଣେ ପଦ ସିଦ୍ଧାନ୍ତକୁ ନେଇ ଇସ୍ତଫା ଦେଇଥିବା କହିଛନ୍ତି । ସମାଚାର ଏଜେନ୍ସି ଏଏନ୍ଆଇର ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୪ଟାରେ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଇତିମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି ।