Categories: ଜାତୀୟ

ମୁହଁ ଖୋଲିଲେ ଗେହଲଟ

ଜୟପୁର,୨୪ ।୪: ରାଜସ୍ଥାନରେ କିଛିଦିନ ହେବ ଅନୁମାନ ଲଗାଯାଉଛି କି ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି । ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଖବରଦାତାଙ୍କ ସହ କଥା ହେବା ଅବସରରେ କହିଛନ୍ତି ମୁଁ ୨-୩ ଦିନ ହେବ ଏକଥା ଶୁଣୁଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ । ହେଲେ ଏହାସବୁ କେବଳ ଶୁଣାକଥା । ଏଥିରେ କୌଣସି ସତ୍ୟତା ନାହିଁ । ସେ କହିଛନ୍ତି ମିଡିଆରେ ଏମିତି ଚର୍ଚ୍ଚା ଚାଲିଛି ଯେ ମୁଖ୍ୟମନ୍ତ୍ରୀ ବଦଳୁଛନ୍ତି, ସରକାର ବଦଳୁଛି । ହେଲେ ଏମିତି କଥା ଶୁଣନ୍ତୁ ନାହିଁ କାରଣ ଏହାଦ୍ୱାରା ଗଭର୍ନାନ୍ସ ଉପରେ ପ୍ରଭାବ ପଡିଥାଏ ।
ଗେହଲଟ ଆହୁରି ମଧ୍ୟ କହିଛନ୍ତି ମୋର ଇସ୍ତଫା ପରମାନେଣ୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖରେ ପଡିରହିଛି । ଯେବେ ସେ ଚାହିଁ ସେତେବେଳେ କାର୍ଯ୍ୟକାରୀ କରିବେ । ଏହି କାମ ରାତାରାତି ହୋଇଯିବ କାହା କାନରେ ଖବର ବି ପଡିବ ନାହିଁ । ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଦିଲ୍ଲୀରେ ସଚ୍ଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଚାନକ ଅନୁମାନ କରାଯାଇଥିଲା କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ । ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଥିଲା । ଏହି ଖବରକୁ ଦେଖି ଏବେ ଗେହଲଟ ମୁହଁ ଖୋଲିଛନ୍ତି ।

Share