ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ସୂଚନାନୁସାରେ, ଏହି ସାକ୍ଷାତ ସମୟରେ ପାର୍ଟି ହାଇକମାଣ୍ଡ ରାଜସ୍ଥାନରେ ପାଇଲଟ ଏବଂ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଶେଷ କରିବା ଉପରେ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଶେଷରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଗେହଲଟ ପରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ନିକଟରେ ପାଇଲଟ ଜୟପୁରରେ ୫ ଦିନିଆ ‘ଜନ ସଂଘର୍ଷ ଯାତ୍ରା’ କରିଥିଲେ। ଯାତ୍ରା ଶେଷ କରିବାବେଳେ ସେ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ଗେହଲଟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଦାବି ପୂରଣ ନ ହେଲେ ଆନ୍ଦୋଳନ ଆରମ୍ଭ କରିବାକୁ ପାଇଲଟ ଚେତାବନୀ ଦେଇଥିଲେ।