ଜୟପୁର,୨୦ ।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତୁତୁମେମେ ବେଶ କିଛିସମୟ ହେବ ଲାଗି ରହିଛି । ଗେହଲଟ ଏଥର ପାଇଲଟଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହୁଛନ୍ତି ମହାମାରୀ ପରେ କଂଗ୍ରେସ ଦଳରେ ‘ବଡ କରୋନା’ ଆସିଛି ।
ଏହି ଭିଡିଓ ବୁଧବାର କର୍ମଚାରୀ ସଂଘର ପ୍ରତିନିଧିଙ୍କ ସହ ବଜେଟ ପୂର୍ବରୁ ହୋଇଥିବା ବୈଠକର । ଗେହଲଟ ବୈଠକ ବେଳେ ଜଣେ ପ୍ରତିନିଧିଙ୍କୁ ଜବାବ ଦେବା ସମୟରେ କାହାର ନାଁ ନ ନେଇ କହିଥିଲେ, ମୁଁ ମିଶିବା ଆରମ୍ଭ କରିଛି, ପ୍ରଥମେ କରୋନା ଆସିଲା… ଆମ ଦଳରେ ଏକ ବଡ କରୋନା ପସି ଯାଇଛି, ଉପ ନିର୍ବାଚନ ଅବା ରାଜ୍ୟ ସଭା ନିର୍ବାଚନ ପରେ ବି ସରକାର କର୍ମଚାରୀଙ୍କ ସହଯୋଗରେ ଭଲ ଯୋଜନା ଆଣିଛନ୍ତି ।