Categories: ଜାତୀୟ

ଆପଣ ଜାଣନ୍ତି କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦରମା କେତେ?

ଜୟପୁର,୨୭।୧୦: କଂଗ୍ରେସର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଗଣିତ ହୁଅନ୍ତି। ସେ ଦୁଇଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥର ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ଦୌଡରୁ ହଟାଯାଇନାହିଁ। ଏଥର ମଧ୍ୟ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଆଗରେ ଅଛି।

ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଅଶୋକ ଗେହଲଟ ପାଞ୍ଚ ଥର ଏମ୍‌ପି ଥିଲେ ଏବଂ ଇନ୍ଦିରା ଗାନ୍ଧୀ ସରକାରରେ ମଧ୍ୟ ସେ କେନ୍ଦ୍ର ମନ୍ତ୍ରୀ ଥିଲେ। ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ରାଜନୀତିରେ ଏତେ ଲମ୍ବା ଇନିଂସ ଖେଳୁଥିବା ଅଶୋକ ଗେହଲଟଙ୍କ ଦରମା କେତେ? ଏଠାରେ ଆମେ ଆପଣଙ୍କୁ ତାଙ୍କ ଦରମା ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ।

ଅଶୋକ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ ପ୍ରତି ମାସରେ ୭୫,୦୦୦ ଟଙ୍କା ଦରମା ନେଇଥାନ୍ତି। ମୁଖ୍ୟମନ୍ତ୍ରୀ ବ୍ୟତୀତ ସେ ଜଣେ ବିଧାୟକ ଭାବରେ ପ୍ରତି ମାସରେ ୩୫,୦୦୦ଟଙ୍କା ବେତନ ପାଆନ୍ତି। ଏହା ବ୍ୟତୀତ ଗେହଲଟ ପ୍ରତି ମାସରେ ବିଭିନ୍ନ ପ୍ରକାରର ଭତ୍ତା ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ମଧ୍ୟ ପାଇଥା’ନ୍ତି । ଯଦି ଏହି ସବୁକୁ ମିଶାଇ ଦିଆଯାଏ ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ମାସକୁ ପ୍ରାୟ ୧୭୫,୦୦୦ଟଙ୍କା ଦରମା ପାଆନ୍ତି।

Share