Categories: ଜାତୀୟ

ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଯୋଜନା କରୁଛି ଭାଜପା: ଗେହଲଟ

ଜୟପୁର,୫ ।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସଦ୍ୟ ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଗେହଲଟ କହିଛନ୍ତି ରାଜସ୍ଥାନରେ ସରକାର ଭାଙ୍ଗିବାକୁ ପୁଣିଥରେ ଖେଳ ଆରମ୍ଭ ହୋଇଗଲାଣି ଏହାକୁ ନେଇ ଚର୍ଚ୍ଚାବି ହେଲାଣି । ଅଜୟ ମାକେନ ଏହାର ସାକ୍ଷୀ ବି ରହିଛନ୍ତି । ଯେତେବେଳେ ପୂର୍ବରୁ ସେ ୩୪ ଦିନ ହୋଟେଲରେ ଆମ ବିଧାୟକ(କଂଗ୍ରେସ)ଙ୍କ ସହ ରହିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆମ ବିଧାୟକ କଥା ହୋଇଥିଲେ । ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ । ଆଉ ଆମ ବିଧାୟକଙ୍କ ସହ ପାଖାପାଖି ୧ ଘଣ୍ଟା କଥା ହୋଇଥିଲେ । ଏହାପରେ ଆମ ବିଧାୟକମାନେ କହିଥିଲେ , ଲଜ୍ୟା ଲାଗୁଛି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଉପରେ ସେ କହୁଛନ୍ତି ୫ଟି ସରକାର ଭାଙ୍ଗି ସାରିଛନ୍ତି ୬ ନମ୍ବରକୁ ବି ଭାଙ୍ଗି ଦେବୁ । ଗେହଲଟ ଆହୁରି ମଧ୍ୟ କହିଛନ୍ତି ଅଜୟ ମାକନ, ରଣଦୀପ ସୁରଜେୱାଲା, ଅବିନାଶ ପାଣ୍ଡେ ଜୟପୁରରେ ବୈଠକ କରିବା ପରେ ଆମର ବହିସ୍କୃତ ନେତାଙ୍କୁ ବାହାର କରିଦେବା କଥା କହିବାରୁ ସରକାର ବଞ୍ଚି ଯାଇଥିଲା । ଅନ୍ୟପଟେ ରାଜସ୍ଥାନବାସୀ ବି ଚାହୁଁଥିଲେ ସରକାର ନ ଭାଙ୍ଗୁ । ହେଲେ ଆମ ବିଧାୟକଙ୍କୁ ଫୋନ କରି କୁହାଯାଉଥିଲା ୨ ମାସ ଲାଗୁପଛେ ଆମେ କିନ୍ତୁ ସରକାର ଭାଙ୍ଗି ଦେବୁ ।

Share