Categories: ଜାତୀୟ

ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ଚେହେରା ବୋଲି କହିଲେ ଗେହଲଟ

ଜୟପୁର, ୫।୮: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ସେ କେବଳ ରାଜସ୍ଥାନରେ ରାଜନୀତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପାଇଁ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହିଁ ପ୍ରଧାନମନ୍ତ୍ରୀ ପଦର ଚେହେରା। ତଥାପି ଏ ବାବଦରେ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏହା ସହିତ ଗେହଲଟ କହିଛନ୍ତି ଯେ, ଚଳିତ ବର୍ଷ ଶେଷରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ରେ ସେ ତାଙ୍କର କାର୍ଯ୍ୟ ଏବଂ ଶାସନ ସମ୍ବନ୍ଧରେ ଜନସାଧାରଣଙ୍କ ନିକଟକୁ ଯିବେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଗେହଲଟ ଏହା କହିଛନ୍ତି। ଗେହଲଟ କହିଛନ୍ତି, ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ କେବଳ ରାଜସ୍ଥାନରେ ରାଜନୀତି କରିବି ଏବଂ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ରାଜସ୍ଥାନର ସେବା କରିବାକୁ ନିଷ୍ପତ୍ତି ନେଇଛି।

 

Share