Advertisement

ରାଜସ୍ଥାନର ସ୍ବାଭିମାନକୁ ଆଘାତ ଦେଇଛନ୍ତି ମୋଦି: ଗେହଲୋଟ

ଜୟପୁର,୨୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲୋଟ ଶନିବାର ରାଜଧାନୀ ଜୟପୁରରେ ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏହି ସମୟରେ ସେ ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି କି ମଣିପୁର ଘଟଣାକୁ ନେଇ ମୋଦି ଆଦୌ ଗୁରୁତ୍ୱ ଦେଉ ନାହାନ୍ତି। ୭୭ ଦିନ ହେବ ମଣିପୁର ଜଳୁଛି ହେଲେ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଏହାକୁ ନେଇ ଗୋଟିଏ ହେଲେ ବୟାନ ଜାରି କରୁ ନାହାନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ରାଜସ୍ଥାନର ସ୍ବାଭିମାନକୁ ଆଘାତ ଦେଇଛି। ସେ ମଣିପୁର ସମ୍ପର୍କରେ ଏକ ବୈଠକ ଡାକିନାହାଁନ୍ତି। ସେ କହିଛନ୍ତି ଯେ ଆଜି ମଣିପୁରରେ ଯାହା ଘଟୁନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ କିଛି ସେକେଣ୍ଡରେ ନିଜର ବିବୃତ୍ତି ଦେଇ ଏକ ଔପଚାରିକତା ପୂରଣ କରିଛନ୍ତି। ଗେହଲୋଟ ଏହା ମଧ୍ୟ କହିଛନ୍ତି ଯେ ମୋଦିଙ୍କ ଅବହେଳା ଯୋଗୁଁ ଆଜି ମଣିପୁରରେ ସବୁକିଛି ଘଟୁଛି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ତାଙ୍କ ସରକାରଙ୍କୁ ବହୁତ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଆମେ ରାଜସ୍ଥାନରେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିଛୁ। ଅଷ୍ଟମ ଶ୍ରେଣଈ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିଛୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share