ବେଙ୍ଗାଲୁରୁ,୨୭।୪: ନିର୍ବାଚନ ରାଜ୍ୟ କର୍ନାଟକରେ ରାଜନୈତିକ ଦଳଙ୍କ ପ୍ରଚାର ଅଭିଯାନ ଖୁବ ଯୋରରେ ଚାଲିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ବୁଧବାର କହିଛନ୍ତି କି ଯଦି ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ପାଇଁ କର୍ନାଟକ ଆସିବେ ତେବେ ଭାରତୀୟ ଜନତା ପାର୍ଟି(ଭାଜପା) ଖୁବ ଖୁସି ହେବ। କାରଣ ଭାଜପାକୁ ଲାଭ ମିଳିବ, ନିର୍ବାଚନ ପୂର୍ବରୁ ଭାଇଭଉଣୀ ଯେଉଁଠିକି ବ ିଯାଇଛନ୍ତି ସେଠାରେ କଂଗ୍ରେସ ହାରିଛି। କଂଗ୍ରେସ ସବୁବେଳେ ପ୍ରଶ୍ନ କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କର୍ନାଟକ କାହିଁକି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ବୋମ୍ମାଇ ବି ଏହାର ଉତ୍ତର ଦେଇଛନ୍ତି।