Categories: ଜାତୀୟ

ବିଭାଗ ବଣ୍ଟନ କଲେ ମାନ: ଜାଣନ୍ତୁ କାହା ପାଖରେ କ’ଣ

ଚଣ୍ଡିଗଡ଼,୨୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପଦଭାର ଗ୍ରହଣ କରିବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। କ୍ୟାବିନେଟ ଗଠନ ହେବାର କିଛି ସମୟ ପରେ ହିଁ ମୁଖ୍ୟମନ୍ତ୍ରୀ ମାନ କ୍ୟାବିନେଟ ବୈଠକ କରି ସରକାରୀ ବିଭାଗରେ ୨୫ହଜାର ଖାଲି ପଦବୀ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ ପଞ୍ଜାବ କ୍ୟାବିନେଟରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଭଗଓ୍ବନ୍ତ ମାନ ସୋମବାର ମନ୍ତ୍ରୀ ପଦ ପ୍ରଦାନ କରିଛନ୍ତି। ଏହିକ୍ରମରେ ହରପାଲ ଚିମାଙ୍କୁ ଅର୍ଥ ବିଭାଗ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମାନ ନିଜ ପାଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରଖିଛନ୍ତି। ସେହିପରି ଗୁରମିତ ସିଂହ ମିତ ହେୟରଙ୍କୁ ପଞ୍ଜାବର ଶିକ୍ଷା ମନ୍ତ୍ରୀ, ଡକ୍ଟର ବିଜୟ ସାଙ୍ଗେଲାଙ୍କୁ ସ୍ବାସ୍ଥ୍ୟ ବିଭାଗ, ହରଜୋତ ବେନ୍ସଙ୍କୁ ଆଇନ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ କରାଯାଇଛି। ସେହିପରି ମାନଙ୍କ ମନ୍ତ୍ରୀ ମଣ୍ଡଳରେ ଏକମାତ୍ର ମହିଳା ଥିବା ଡକ୍ଟର ବଲଜିତ କୌରଙ୍କୁ ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଚୟନ କରାଯାଇଛି। ଅନ୍ୟପଟେ ଶକ୍ତି ବିଭାର ଦାୟିତ୍ୱ ହରଭଜନ ସିଂହ ଇଟିଓଙ୍କୁ ଦିଆଯାଇଥିବା ବେଳେ ଲାଲ ଚାନ୍ଦଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗ, କୁଲଦୀପ ସିଂହ ଧଲିୱାଲଙ୍କୁ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ, ଲାଲଜିତ ସିଂହଙ୍କୁ ପରିବହନ ଏବଂ ବରମ ଶଙ୍କରଙ୍କୁ ଜଳ ଯୋଗାଣ ମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନ ଦାୟିତ୍ୱ ଦେଇଛନ୍ତି।

 

 

 

Share