Categories: ଜାତୀୟ

ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ: ୪ବିଧାୟକ ନେଲେ ମନ୍ତ୍ରୀ ପଦ ଶପଥ

ଚଣ୍ଡିଗଡ଼,୪।୭: ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ ଭବନର ଗୁରୁ ନାନକ ଦେବ ଅଡିଟୋରିୟମରେ ନୂତନ ନିଯୁକ୍ତ ପଞ୍ଜାବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଉପସ୍ଥିତିରେ ଫୌଜା ସିଂ ସରାରୀ, ଇନ୍ଦରବୀର ସିଂ ନିଜାର, ଅମାନ ଆରୋରା, ଚେତନ ସିଂ ଜୌରାମାଜରା ଓ ଅନମୋଲ ଗଗନ ମାନଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ତାଙ୍କ କ୍ୟାବିନେଟକୁ ବିସ୍ତାର କରିବା ସହ ୫ଜଣ ଏଏପି ବିଧାୟକଙ୍କୁ ସୋମବାର ପଞ୍ଜାବ ସରକାରର ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଆମ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଆସିବା ପରେ ଏହା ମାନ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ କ୍ୟାବିନେଟର ସମ୍ପ୍ରସାରଣ ଥିଲା।

Share