Categories: ଜାତୀୟ

ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ

ଚଣ୍ଡିଗଡ଼,୧୫।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଡଙ୍ଗା ଜଳନ୍ଧରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯିବା ସମୟରେ ଓଲଟି ଯାଇଛି। ତାଙ୍କ ସହ ରାଜ୍ୟ ସଭା ସଦସ୍ୟ ସନ୍ଥ ବଲବୀର ସିଂ ସିଚଓ୍ବୋଲ ବି ଥିଲେ। ବହୁ ସଂଖ୍ୟକ ଲୋକ ଥିବାରୁ ଡଙ୍ଗା ପାଣି ମଝିରେ ପହଞ୍ଚିବା ପରେ ହଠାତ୍‌ ଏହା ଅନିୟନ୍ତ୍ରିତ ହୋଇଗଲା। ଡଙ୍ଗାଟି ତତକ୍ଷଣାତ୍‌ ଦୋହଲି ବାକୁ ଆରମ୍ଭ କରିଥିଲା। ସନ୍ଥ ସିଚେୱାଲ ତୁରନ୍ତ ଡଙ୍ଗାର ନିୟନ୍ତ୍ରଣ ରଧା କରିଥିଲେ। ଏହି ସମୟରେ ବାହାରେ ପାଟଇତୁଣ୍ଡ ଆରମ୍ଭ ହୋଇଯାଇଥିଲା।
କୁହାଯାଉଛି ଯେ ଆବଶ୍ୟକତାଠାରୁ ଅଧିକ ଲୋକ ମୋଟର ଡଙ୍ଗାରେ ଚଢିଥିଲେ। ଯେଉଁଥିପାଇଁ ଡଙ୍ଗା ପାଣିରେ କିଛି ଦୂର ଯିବା ସେଥିରୁ କଳା ଧୂଆଁ ବାହାରିଥିଲା। ଫଲରେ ଡଙ୍ଗା ନିୟନ୍ତ୍ରଣ ହରାଇଥିଲା। ବହୁ କଷ୍ଟରେ ମୋଟର ଡଙ୍ଗାର ଡ୍ରାଇଭର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ପାର୍ଶ୍ୱକୁ ନେବାକୁ ସକ୍ଷମ ହୋଇଥିଲେ । ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ନେତା ଓ ଅଧିକାରୀମାନେ ଦୀର୍ଘ ନିଶ୍ୱାସ ନେଇଥିଲେ।

Share