Categories: ଜାତୀୟ

ପଞ୍ଜାବ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ସରକାରୀ ଚାକିରିକୁ ନେଇ ନିଆଗଲା ବଡ ନିଷ୍ପତ୍ତି

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିଛି । ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ଗତ ୧୬ ତାରିଖରେ ସେ ଶପଥ ଗ୍ରହଣ କରିଛନ୍ତି । ଏହାପରେ ଶନିବାର ପଞ୍ଜାବ ବିଧାନସଭା କ୍ୟାବିନେଟର ୧୦ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହାପରେ ଶନିବାର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଏଏପି ଦେଇଥିବା ତା’ର ପ୍ରଥମ ପ୍ରତିଶ୍ରୁତି ପାଳନ କରିଛି । ଏହି କ୍ୟାବିନେଟ ବୈଠକରେ ସରକାରୀ ଚାକିରିକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାସକ ମଧ୍ୟରେ ପଞ୍ଜାବରେ ୨୫ ହଜାର ସରକାରୀ ଚାକିରି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ପୋଲିସ ବିଭାଗରେ ୧୦ ହଜାର ନିଯୁକ୍ତି ଦିଆଯିବା ସହ ଅନ୍ୟ ବିଭାଗରେ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Share